ସଂଶୋଧନ ହେବ ପୂରାବଶେଷ କଳାକୃତି ଅଧିନିୟମ

ନୂଆଦିଲ୍ଲୀ : ପୂରାବଶେଷ ତଥା ବହୁମୂଲ୍ୟ କଳାକୃତି ଅଧିନିୟମ, ୧୯୭୨ରେ ସଂଶୋଧନ ଅଣାଯିବ। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରଶ୍ନର ଉତ୍ତରରେ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି।

ପ୍ରଶ୍ନକାଳରେ ସାଂସଦ ଶ୍ରୀ କୁମାର କହିଥିଲେ ଯେ ଯଦି କୌଣସି ବ୍ୟକ୍ତି ପୂରାବଶେଷ ତଥା ବହୁମୂଲ୍ୟ କଳାକୃତିକୁ ରପ୍ତାନି କରିବାକୁ ପ୍ରୟାସ କରେ କେବଳ ତିନି ବର୍ଷ ଦଣ୍ଡ ବ୍ୟବସ୍ଥା ରହିଛି। ଯାହାକି ପର୍ଯ୍ୟାପ୍ତ ନୁହେଁ। ଏହି ସବୁ ସାମଗ୍ରୀ ଦେଶର ଅମୂଲ୍ୟ ସଂପତ୍ତି। ଦଣ୍ଡ ବ୍ୟବସ୍ଥାକୁ ୧୦ ବର୍ଷକୁ ବୃଦ୍ଧି ପାଇଁ ସରକାର ଚିନ୍ତା କରୁଛନ୍ତି କି ବୋଲି ସାଂସଦ ଶ୍ରୀ କୁମାର ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ କହିଥିଲେ, ଆଇନରେ ସଂଶୋଧନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ଓ ଏ ସମ୍ପର୍କରେ ସଂସଦଙ୍କୁ ଅବଗତ କରାଯିବ।

ସମ୍ବନ୍ଧିତ ଖବର