ଔରଙ୍ଗାବାଦ: ନିକଟରେ ଔରଙ୍ଗାବାଦ ଅନ୍ତର୍ଗତ ଗୌତଲା ବଣ୍ୟଜନ୍ତୁ ଅଭୟାରଣରେ ଗାଈମାନଙ୍କ ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଥିବା ଗୋଟାଏ କଲରାପତ୍ରିଆ ବାଘର ଆଜି ସକାଳେ ମୃତ୍ୟୁ ଘଟିଥିବା କଥା ଜଣେ ବନବିଭାଗ ଅଧିକାରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଣେ ଜିଲ୍ଲା ଅନ୍ତର୍ଗତ ଜୁନ୍ନାର ନିକଟବର୍ତ୍ତୀ ମାଣିକଦୋହ ଲେପାର୍ଡ ରେସ୍କ୍ୟୁ ସେଣ୍ଟର୍ ଠାରେ ଆହତ ହୋଇଥିବା ସେ ବୃହତ୍ ମାର୍ଜାରର ଚିକିତ୍ସା କରାଯାଉଥିଲା। ସେଠାରେ ତା’ର ମୃତ୍ୟୁ ଘଟିଛି ବୋଲି ଅଧିକାରୀଜଣକ କହିଛନ୍ତି।
ସୋମବାର ସକାଳେ ଗୌତାଲା ଅନ୍ତର୍ଗତ ଭମ୍ବରଓ୍ଵାଡ଼ି ଶିବର ଠାରେ କଲରାପତ୍ରିଆଟି ଗୋଟାଏ ବାଛୁରିକୁ ମାରି ପକାଇବାରୁ ପଲେ ଗାଈ ତାକୁ ଆକ୍ରମଣ କରି ଭୁସାଭୁସି କରିଥିଲେ। ଗାଈମାନଙ୍କ ଭିତରୁ ଗୋଟାଏ ଗାଈ ତା’ର ଶିଙ୍ଗରେ କଲରାପତ୍ରିଆକୁ ଉଠାଇ ଶୂନ୍ୟେ ଶୂନ୍ୟେ ଖଣ୍ଡେ ଦୂରକୁ ଫିଙ୍ଗି ଦେଇଥିଲା।
ଫଳରେ କଲରାପତ୍ରିଆର ମେରୁହାଡ଼ ଭାଙ୍ଗିଯିବା ସହ ଶିଙ୍ଗଭୁଷା ଖାଇ ତା’ ଦେହ ଭିତରେ ଜଖମ ହୋଇଥିଲା। ଏହା ପରେ କଲରାପତ୍ରିଆକୁ ରେସ୍କ୍ୟୁ ସେଣ୍ଟର୍କୁ ନିଆଯାଇଥିଲା।
ମାଣିକଦୋହ ରେସ୍କ୍ୟୁ ସେଣ୍ଟର୍ର ଡାକ୍ତର ଅଜୟ ଦେଶମୁଖ କହନ୍ତି: କଲରାପତ୍ରିଆଟି ବୁଢ଼ା ହୋଇ ଯାଇଥିବାରୁ ନିର୍ବଳୁଆ ହୋଇ ଯାଇଥିଲା। ଆକ୍ରମଣରେ ତା’ର ମେରୁହାଡ଼ର କଶେରୁକା ଚଡ଼କି ଯାଇଥିଲା। ତାକୁ ଚିକିତ୍ସା କାଟୁ କରୁ ନ ଥିଲା।