୩ୟ ମେଣ୍ଟ ଗଠନ ଉଦ୍ୟମ ଜୋରଦାର, ନବୀନଙ୍କୁ ଭେଟିବା ପରେ ଶରଦ ପାଓ୍ବାର ଓ ଉଦ୍ଧବଙ୍କୁ ଭେଟିବାକୁ ମୁମ୍ବାଇ ଯିବେ ନୀତୀଶ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଏକ ୩ୟ ମେଣ୍ଟ ଗଠନ ପାଇଁ ଉଦ୍ୟମ ଜୋରଦାର ହୋଇଛି । ଏହି ମେଣ୍ଟକୁ ସଫଳ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଆଂଚଳିକ ଦଳର ମୁଖ୍ୟମାନଙ୍କୁ ଭେଟୁଛନ୍ତି । ଏହି କ୍ରମରେ ସେ ୯ ତାରିଖରେ ଭୁବନେଶ୍ବର ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ।

ଏହାର ଦୁଇଦିନ ପରେ ଆସନ୍ତା ୧୧ ତାରିଖରେ ନୀତୀଶ ମୁମ୍ବାଇ ଗସ୍ତରେ ଯାଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହି ସାକ୍ଷାତ ପୂର୍ବରୁ ପାଓ୍ବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି  ଯେ ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ସରକାରର ବିକଳ୍ପ ଦେଶକୁ ଦରକାର । “ନୀତୀଶ କୁମାର ମେ ୧୧ରେ ମୁମ୍ବାଇ ଆସୁଛନ୍ତି। ଆମେ ଭେଟିବୁ, ଯଦିଓ ମୋ ପାଖରେ ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ନାହିଁ । ଆମର ମତ ହେଉଛି ଦେଶରେ (ବିଜେପି ସରକାରର) ଏକ ବିକଳ୍ପର ଆବଶ୍ୟକତା ରହିଛି “ଶରଦ କହିଛନ୍ତି ।

ଗତ ମାସରେ ନୀତୀଶ ଆମ୍ ଆଦମୀ ପାର୍ଟି ର ଆବାହକ ଅରବିନ୍ଦ କେଜ୍ରିୱାଲ, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ୯ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନୀତୀଶ କୁମାର ଗୁରୁବାର (ମେ ୧୧) ମୁମ୍ବାଇରେ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର