ବର୍ଷକ ପାଇଁ ଆଉ କୌଣସି ନୂତନ ଯୋଜନା ନାହିଁ: ଅର୍ଥମନ୍ତ୍ରାଳୟ

ନୂଆଦିଲ୍ଲୀ: ଏ ବର୍ଷର ଅବଶିଷ୍ଟ ଦିନରେ ଆଉ କୌଣସି ନୂତନ ଯୋଜନା ହେବନାହିଁ ବୋଲି ଶୁକ୍ରବାର ଦିନ ଅର୍ଥମନ୍ତ୍ରାଳୟ ଘୋଷଣା କରିଛି।

ଏଠାରେ ପ୍ରକାଶଯୋଗ୍ୟ କି, ସମ୍ପ୍ରତି ଦେଶରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିଲେ ବି ବ୍ୟୟ ଉପରେ କଟକଣା ଲାଗୁ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ଅର୍ଥ ମନ୍ତ୍ରାଳୟ କହିଛି ଯେ, ଆତ୍ମ ନିର୍ଭର ଭାରତ ଅଭିଯାନ ଏବଂ ଅନ୍ୟାନ୍ୟ ସ୍ବତନ୍ତ୍ର ପ୍ୟାକେଜ୍ ପାଇଁ ମଞ୍ଜୁର ହୋଇଥିବା ଏବଂ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯିବ। ବଜେଟ୍ ଅନୁମୋଦିତ ଯୋଜନାଗୁଡ଼ିକ ମଧ୍ୟ ମାର୍ଚ ୩୧ ସ୍ଥଗିତ ରହିବ।

Image Courtesy of Scroll.in

ଅର୍ଥ ବିଭାଗ ଦ୍ବାରା ଜାରି ବିବୃତିରେ ଉଲ୍ଲେଖ କରାଯାଇଛି ଯେ, ମୋଟ୍ ଉପରେ କହିବାକୁ ଗଲେ ଏଥର ଆର୍ଥିକ ବର୍ଷରେ କୌଣସି ଯୋଜନା ଅନୁମୋଦନ ହେବନାହିଁ। ଅନୁମୋଦିତ ହୋଇ ସାରିଥିବା ନୂତନ ଯୋଜନାଗୁଡ଼ିକ ମଧ୍ୟ ‌୨୦୨୧, ମାର୍ଚ ୩୧ ତାରିଖ ଯାଏଁ ସ୍ଥଗିତ ରହିବ।

କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଦୀର୍ଘଦିନ ଧରି ଲକ୍‌ଡାଉନ୍ ଯୋଗୁଁ ରାଜସ୍ବ ହ୍ରାସର ମୁକାବିଲା କରିବାକୁ ସରକାର ଖର୍ଚ୍ଚ ଉପରେ କଟକଣା ଜାରି କରିଛନ୍ତି।

 

ସମ୍ବନ୍ଧିତ ଖବର