ନୂଆଦିଲ୍ଲୀ : ମିରାଜ ବୋମା ମାଡ଼ରେ ବାଲାକୋଟେର ୩୫୦ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଇଥିଲା। କିନ୍ତୁ ସରକାରୀ ଭାବେ କିଛି କୁହାଯାଉ ନାହିଁ। ଭାରତର ବୋମାମାଡ଼ରେ ଆତଙ୍କବାଦୀ ଶିବିର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀ ଦଳ ଏସଂପର୍କରେ ପ୍ରଶ୍ନ ଉଠାଇଛନ୍ତି। କିଛି ଦିନ ତଳେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଆଲୁୱାଲିଆ କହିଥିଲେ ଯେ ୩୦୦ ଆତଙ୍କବାଦୀ ମରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କେବେ ବି କହି ନାହାନ୍ତି। କିନ୍ତୁ ବିଜେପି ସଭାପତି ଅମିତ ଶାହ ଆଜି କହିଛନ୍ତି ଯେ ଭାରତର ବୋମାମାଡ଼ରେ ବାଲାକୋଟ ଶିବିରରେ ୨୫୦ ଆତଙ୍କବାଦୀ ପ୍ରାଣ ହରାଇଥିଲେ। େତବେ ଏହି ତଥ୍ୟ ସେ କେଉଁଠୁ ପାଇଲେ ସେସଂପର୍କରେ େସ କିଛି କହି ନାହାନ୍ତି।
୨୫୦ ମରିଛନ୍ତି: ଅମିତ ଶାହ
/sambad/media/post_attachments/wp-content/uploads/2019/03/amit-aa.jpeg)