୨୦୧୯ରେ ‘ମନ୍‌ କି ବାତ୍‌’ର ୯ଟି ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ‘ମିତ୍ରୋଁ’ ଶବ୍ଦକୁ ୪୮ ଥର ଅନ୍ୟ ଶବ୍ଦ ସବୁକୁ କେତେଥର ବ୍ୟବହାର କରିଛନ୍ତି ଜାଣନ୍ତୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୦୧୯ରେ ପ୍ରସାରିତ ହୋଇଥିବା ତାଙ୍କର ଅତ୍ୟନ୍ତ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୯ଟି ଅଧ୍ୟାୟ (ଏପିସୋଡ୍‌)ରେ ‘ଇଣ୍ଡିଆ’ ଶବ୍ଦକୁ ସର୍ବାଧିକ ୨୨୦ ଥର ପାଇଁ ବ୍ୟବହାର କରିଛନ୍ତି। ସେହିପରି ‘ନେସନ’ ଶବ୍ଦକୁ ୯୪ ଥର, ‘ଓ୍ଵାଟର’ ଶବ୍ଦକୁ ୭୩ ଥର ବ୍ୟବହାର କରିଥିବା ବେଳେ ତାଙ୍କର ଅତି ପ୍ରି୍ରୟ ‘ମିତ୍ରୋଁ’ ଶବ୍ଦକୁ ୪୮ ଥର ବ୍ୟବହାର କରିଛନ୍ତି। ସେହିପରି ‘ୟଙ୍ଗ୍‌’ ଓ ‘ୟୁଥ୍‌’ ଶବ୍ଦ ଦ୍ୱୟକୁ ଯଥାକ୍ରମେ ୫୪ ଓ ୩୦ ଥର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଉଚ୍ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏତଦ୍‌ ବ୍ୟତୀତ ‘କ୍ଲିନ୍‌’ ଶବ୍ଦକୁ ୨୮ ଥର, ‘ଓମେନ୍‌’ ଶବ୍ଦକୁ ୨୭ ଥର ଏହି ଉଚ୍ଚାରଣ କରିଥିବା ଏକ ଅନୁଶୀଳନରୁ ଜାଣିବା ପାଇଁ ମିଳିଛି।

ASN Live

ପ୍ରସଙ୍ଗକ୍ରମେ ଉଲ୍ଳେଖଯୋଗ୍ୟ ବିଗତ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କ ନିକଟତର ହେବା ସହ ସେମାନଙ୍କ ସହ ନିଜ ଭାବର ଆଦାନ ପ୍ରଦାନ ପାଇଁ ରେଡିଓରେ ଏହି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲେ। ସେବେଠାରୁ ଏହା ପ୍ରତି ମାସର ଦ୍ୱିତୀୟ ରବିିବାର ଦିନ ରେଡିଓରେ ପ୍ରସାରିତ ହୋଇ ଆସୁଛି। ଏବଂ ରେଡିଓରେ ଏହା ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ। ତେବେ, ୨୦୧୯ରେ ସାଧାରଣ ନିର୍ବାଚନ ପାଇଁ ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବା କାରଣୁରୁ ତିନି ମାସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ପ୍ରସାରଣକୁ ବନ୍ଦ ରଖା ଯାଇଥିଲା।

ସମ୍ବନ୍ଧିତ ଖବର