ଶୋଭାଯାତ୍ରାରେ ହେଲମେଟ ପିନ୍ଧି ନ ଥିବାରୁ ବିଜେଡ଼ି କର୍ମୀ ଦେଲେ ଜରିମାନା

ଭୁବନେଶ୍ୱର: ହେଲମେଟ ନ ପିନ୍ଧି ଶୋଭାଯାତ୍ରାରେ ଭାଗ ନେବା କିଛି ବିଜେଡ଼ି କର୍ମୀଙ୍କୁ ମହଙ୍ଗା ପଡିଛି | ହେଲମେଟ ପିନ୍ଧି ନଥିବାରୁ ସେମାନଙ୍କୁ  ଜରିମାନା  ଦେବାକୁ ପଡ଼ିଛି | ଡିସେମ୍ବର ୨୬ ତାରିଖରେ ବିଜେଡ଼ି ପ୍ରତିଷ୍ଠା ଦିବସରେ କିଛି କର୍ମୀ ହେଲମେଟ ନ ପିନ୍ଧି ଶୋଭାଯାତ୍ରାରେ ଯାଇଥିଲେ | ଏ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିବା ପରେ ଆଜି ୧୦ ଜଣ ବିଜେଡ଼ି କର୍ମୀ ଜରିମାନା ଭରିଛନ୍ତି |

ମିଳିଥିବା ସୂଚନା ମୁତାବକ, ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଦିନ  ବିଶାଳ ପଟୁଆରରେ ବିଜେଡ଼ି କର୍ମୀମାନେ  ବାଇକ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ସାମିଲ୍ କିଛି କର୍ମୀ ହେଲମେଟ ପିନ୍ଧି ନ ଥିବାର ଦେଖାଯାଇଥିଲା | ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିବା ପରେ ଡିସେମ୍ବର ୨୮ ତାରିଖରେ କମିସନରେଟ ପୁଲିସ ପକ୍ଷରୁ ଟ୍ୱିଟ କରି ଶୋଭାଯାତ୍ରା ସମୟର ସିସିଟିଭି ଭିଡିଓକୁ ଦେଖାଯାଇଥିବା କଥା କୁହାଯାଇଥିଲା | ଏହା ସହ ସାରା ଦେଶରେ ରାଜନୈତିକ ଦଳମାନେ ଏଭଳି ବିନା ହେଲମେଟରେ ଶୋଭାଯାତ୍ରା କରୁଥିବା କଥା ମଧ୍ୟ ଲେଖାଯାଇଥିଲା | ଭବିଷ୍ୟତରେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଥିଲା।


ଯଦିଓ କାର୍ଯ୍ୟାନୁଷ୍ଠାନ କ’ଣ ହେବ କେଉଁମାନଙ୍କ ଉପରେ ଗ୍ରହଣ କରାଯିବ କମିସନରେଟ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟ କରାଯାଇଥିଲା। ଆଜି ୧୦ ଜଣ ବିଜେଡ଼ି କର୍ମୀ  ବିନା ହେଲମେଟରେ ଗାଡି ଚଳାଇଥିବାରୁ ଜରିମାନା ଭରିଛନ୍ତି |

ସମ୍ବନ୍ଧିତ ଖବର