ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ୩ୟ ବାର୍ଷିକୀରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ୩ୟ ବାର୍ଷିକୀ ଅବସରରେ ଭାରତୀୟ ସେନା ଏବଂ ଅନ୍ୟ ନିରାପତ୍ତା ବଳ ସବୁ ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସ୍ମରଣଯୋଗ୍ୟ, ୨୦୧୯ ଫେବ୍ରୁଆରି ୧୪ ତାରିଖ ଦିନ ‘ସିଆର୍‌ପିଏଫ୍‌’ ଯବାନ୍‌ମାନେ ବସ୍‌ରେ ଯାତ୍ରା କରୁଥିବା ବସ୍‌ ସହିତ ‘ଜୈଶ୍‌-ଏ-ମହମ୍ମଦ୍‌’ର ଜଣେ ଆତଙ୍କବାଦୀ ଗୋଟାଏ ବିସ୍ଫୋରକ ଭର୍ତ୍ତି ଗାଡ଼ି ଆଣି ଧକ୍କା ଦେବାରୁ ପ୍ରାୟ ୪୦ଜଣ ଯବାନ ସହିଦ ହୋଇଥିଲେ।

Image Courtesy of ABP Live

ସହିଦ ଯବାନଙ୍କୁ ସ୍ମରଣ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଟୁଇଟ୍‌ କରି ଲେଖିଛନ୍ତି: ୨୦୧୯ ମସିହା ଆଜିର ଦିନରେ ପୁଲ୍‌ୱାମାର ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ପ୍ରତି ଉଲ୍ଲେଖନୀୟ ସେବା ପାଇଁ ସେମାନଙ୍କୁ ସ୍ମରଣ କରୁଛି। ସେମାନଙ୍କର ସାହସିକତା ଏବଂ ଆତ୍ମତ୍ୟାଗ ସଶକ୍ତ ଓ ସମୃଦ୍ଧ ଦେଶ ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରିତ କରୁଛି।

Image Courtesy of Laughing Colours

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ସାହସୀ ଯବାନମାନଙ୍କର ଆତ୍ମବଳି ସମାଜ ପ୍ରତି ଋଣ। ତାହା ଆତଙ୍କବାଦ ବିରୋଧରେ ଆମ୍ଭମାନଙ୍କୁ ଏକଜୁଟ କରୁଛି।

ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‌ ମଧ୍ୟ ଟୁଇଟ୍‌ କରି କହିଛନ୍ତି: ସହିଦ ପୁଲ୍‌ୱାମା ବୀରମାନେ ପାରମ୍ପରିକ ଶୋକସମବେଦନାଠାରୁ ଅଧିକ କିଛି ପାଇବାକୁ ହକ୍‌ଦାର୍। ସେମାନେ ଜାଣିବାକୁ ଚାହାଁନ୍ତି , କ’ଣ ତ୍ରୁଟି ହେଲା ଏବଂ କାହିଁକି ସେଭଳି ତ୍ରୁଟି ହେଲା? ଏଭଳି ଦୁଃଖଦ ଘଟଣା ଘଟାଇଥିବା ତ୍ରୁଟି ପାଇଁ କିଏ ଦାୟୀ? ଆଉ ଏଭଳି ନ ହେବା ପାଇଁ ସୁନିଶ୍ଚିତ ହେବାକୁ ଆମେ କ’ଣ କରିଛନ୍ତି? ତାଙ୍କର ସ୍ମୃତି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ସମୁଚ୍ଚିତ ଉପାୟ କ’ଣ?

ସମ୍ବନ୍ଧିତ ଖବର