ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ସମ୍ବଲପୁର ବିଦ୍ୟୁତ୍ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର/ସମ୍ବଲପୁର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ବିଦ୍ୟୁତ୍ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକ ସୁନୀଲ କୁମାର ପଣ୍ଡାଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁରର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଓ ନିର୍ଦ୍ଦେଶକ୍ରମେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ ଚାଲିଛି। ଏଥିରେ ୨ ଜଣ ଡିଏସପି, ୨ ଜଣ ଏଏସଆଇ ଓ ୯ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଥିବା ଜଣାଯାଇଛି। । ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ୪ ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ସମ୍ବଲପୁରର ଗ୍ରିନ୍ ପାର୍କ ରେସିଡେନ୍ସିର ୨୦୧ ଓ ୨୦୩ ନମ୍ବର ଫ୍ଲାଟ, ଖଣ୍ଡଗିରି ଅଞ୍ଚଳରେ ଥିବା ଫ୍ଲାଟ୍ ଓ ସମ୍ବଲପୁରର କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି।

ସମ୍ବନ୍ଧିତ ଖବର