ରବୀନ୍ଦ୍ର ଜାଦେଜା ଓ ତାଙ୍କ ପତ୍ନୀଙ୍କ ସମ୍ପତ୍ତି କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଗୁଜରାଟରେ ବିଧାନସଭା ନିର୍ବାଚନ-୨୦୨୨ର ପରିଣାମ କ୍ରମାଗତ ଭାବେ ଆସୁଛି। ଏଥିରେ ବିଜେପିକୁ ବଡ଼ ସଫଳତା ମିଳିଛି। ଚଳିତ ଥର ନିର୍ବାଚନରେ ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ପତ୍ନୀ ରିଭାବାଙ୍କୁ ସଫଳତା ମିଳିଛି। ଜାମନଗର ଉତ୍ତର ଆସନରୁ ପ୍ରାର୍ଥୀ ହୋଇଥିବା ରିଭାବା ବିଜୟୀ ହୋଇ ବିଧାନସଭା ପହଞ୍ଚି ଯାଇଛନ୍ତି। ବିଜେପି ଟିକେଟରେ ପ୍ରଥମଥର ବିଧାୟକ ‌ହୋଇଥିବା ରିଭାବା ରାଜକୀୟ ଜୀବନଶୈଳୀ ବିତାଇ ଥାଆନ୍ତି। ତେବେ କ୍ରିକେଟର ରବୀନ୍ଦ୍ର ଜାଦେଜା ଓ ତାଙ୍କ ପତ୍ନୀଙ୍କ କେତେ ସମ୍ପତ୍ତି ଅଛି ଆସନ୍ତୁ ଜାଣିବା…

ରବୀନ୍ଦ୍ର ଜାଦେଜାଙ୍କ ପାଖରେ ଗୁଜୁରାଟର ଜାମନଗରରେ ଏକ ବଡ଼ ବଙ୍ଗଳା ସହିତ ୩ଟି ଘର ରହିଛି, ଯାହାର ମୂଲ୍ୟ କେତେ ଶହ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏତଦବ୍ୟତୀତ ଅହମଦାବାଦ ଓ ରାଜକୋଟରେ ବିଳାସମୟ ଘର ରହିଛି। ତାଙ୍କ ପାଖରେ ଏକ ଫାର୍ମ ହାଉସ ବି ରହିଛି। ସେଠାରେ ସେ ଘୋଡା ସବାରୀ କରିଥାଆନ୍ତି। ତାଙ୍କ ନାମରେ ୩୩କୋଟିର ଅସ୍ଥାବର ସମ୍ପତ୍ତି ରହିଛି।

ସେହିପରି ଦେଖିବାକୁ ଗଲେ ୧୯୯୦ରେ ରାଜକୋଟରେ ଜନ୍ମ ନେଇଥିବା ରିଭାବା ମେକାନିକାଲ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି। ନିର୍ବାଚନ ନାମାଙ୍କନ ସମୟରେ ତାଙ୍କ ଦ୍ବାରା ଦାଖଲ କରାଯାଇଥିବା ଦସ୍ତାବିଜ ମୁତାବକ, ରିଭାବାଙ୍କ ପାଖରେ ୫୭.୬୦ଲକ୍ଷ ଟଙ୍କାର ଗହଣା ଅଛି। ଦେଖିବାକୁ ଗଲେ ରିଭାବାଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬୨.୩୫ଲକ୍ଷ ଟଙ୍କା ରହିଛି। ସେ ଏକ ଖାଦ୍ୟସାମଗ୍ରୀ ବ୍ୟବସାୟରେ ବି ଯୋଡ଼ି ହୋଇଛନ୍ତି, ଯାହାର ବାର୍ଷିକ ଆୟ ୬.୨୦ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର