ମ୍ୟାକଡୋନାଲ୍ଡ ଷ୍ଟୋର ଉପରେ ୫ କୋଟିର ଜରିମାନା

ଲଣ୍ଡନ : ଲଣ୍ଡନରେ ମ୍ୟାକଡୋନାଲ୍ଡର ଏକ ଷ୍ଟୋରରେ ଜଣେ ଗ୍ରାହକଙ୍କ ଚିଜ୍‌ବର୍ଗରରୁ ମୂଷାର ମଳ ପଡ଼ିଥିବା ଏବଂ ରେ‌ସ୍ତୋରାଁର ପରିବେଶ ଭଲ ନଥିବାରୁ ୫.୧୪ କୋଟି ଟଙ୍କାର ଜରିମାନା ଅଦାଲତ ଲଗାଇଛନ୍ତି।

ଦୋକାନରୁ ବର୍ଗର ନେଇ ଖାଇବା ସମୟରେ ଗ୍ରାହକ ଜାଣିବାକୁ ପାଇଥିଲେ ଯେ ଖାଦ୍ୟ ଖୋଳ ଭିତରେ ମୂଷା ମଳ ରହିଛି। ଏହାପରେ ଗ୍ରାହକ ଜଣକ ଏକ ଅଭିଯୋଗ କରିଥିଲେ। ସ୍ବାସ୍ଥ୍ୟ ଅଧିକାରୀମାନେ ତଦନ୍ତ କରିବା ପରେ ରେସ୍ତୋରାଁର ପରିବେଶ କଦର୍ଯ୍ୟ ଅବସ୍ଥାରେ ରହିଥିବା ଜାଣିବାକୁ ପାଇଥିଲେ। ମଲାମୂଷାର ଶରୀର ଆଦି ସେଠାରୁ ମିଳିଥିଲା। ଏପରିକି ଯେଉଁଠି ଖାଦ୍ୟ ରଖାଯାଉଥିଲା ଏବଂ ପ୍ରସ୍ତୁତ କରାଯାଉଥିଲା ସେଠାରେ ମଧ୍ୟ ପରିବେଶ ଠିକ୍‌ ନଥିଲା। ‌ଷ୍ଟୋରକୁ ଅଦାଲତକୁ ଟଣାଯାଇଥିଲା। ଅଦାଲତ ଷ୍ଟୋରରୁ ୫.୧୪ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର