‘୬ମାସ ହେବ ମୁଁ ମୋ ପିଲାଙ୍କୁ ଦେଖି ନାହିଁ, ଦୟାକର ତାଙ୍କୁ ‌ମୋ ପାଖକୁ ପଠାଇ ଦିଅ’: ସୀମାଙ୍କ ପୂର୍ବତନ ସ୍ବାମୀ

ଲକ୍ଷ୍ନୌ: ପ୍ରଥମ ସ୍ବାମୀଙ୍କୁ ତ୍ୟାଗ କରି ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ନିଜର ୪ ସନ୍ତାନକୁ ନେଇ ପାକିସ୍ତାନ ଛାଡ଼ି ବେଆଇନ ଭାବେ ଭାରତ ପ୍ରବେଶ କରିଥିଲେ ସୀମା ହାଇଦର। କିଛିଦିନ ହେବ ସ୍ବାମୀ ଗୁଲାମ ହାଇଦର ନିଜ ପିଲାମାନଙ୍କୁ ପାକିସ୍ତାନ ଫେରାଇ ନେବାକୁ କାନ୍ଦିକାନ୍ଦି ଗୁହାରି କରିଛନ୍ତି।

ଗୁଲାମ ତାଙ୍କ ୟୁଟ୍ୟୁବ ଚାନେଲରେ କହିଛନ୍ତି, ‘ମୋ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି। ପିଲାଙ୍କୁ ଏଭଳି ଭାବେ ଅନ୍ୟ ଦେଶକୁ ନେଇ ଅନ୍ୟ ସଂସ୍କୃତିରେ ବଢ଼ାଇବା ଦ୍ବାରା ସେମାନଙ୍କ ଉପ‌ରେ ମାନସିକ ଚାପ ପଡ଼ୁଛି। ମୁଁ ଜଣେ ଭଲ ବାପା । ମୋର  ପିଲା ଓ ସ୍ତ୍ରୀଙ୍କୁ ମୋ ବିରୋଧରେ ଉସୁକାଇ ଏମିତି ଏକ ପଦକ୍ଷେପ ନେବା ପାଇଁ ବାଧ୍ୟ କରାଯାଇଛି।

କୁହାଯାଉଛି କି ମୁଁ ପିଲାଙ୍କ ଯତ୍ନ ନେଉ ନଥିଲି। ପିଲାଙ୍କୁ ଛାଡ଼ି କେଉଁଆଡେ ଚାଲି ଯାଇଥିଲି। କିନ୍ତୁ ସେମିତି କିଛି ବି ନୁହେଁ। ମୁଁ ପିଲାଙ୍କ ପାଇଁ ହିଁ ରୋଜଗାର କରିବାକୁ ଯାଇଥିଲି। ମୋ ପିଲାଙ୍କୁ ମୋ ଠାରୁ ଅଲଗା କରି ଦିଆଯାଇଛି। ୬ମାସ ହେବ ମୁଁ ତାଙ୍କୁ ଦେଖି ନାହିଁ। ମୋ ଉପରେ ଯାହା ବିତୁଛି କୌଣସି ବାପା ସହିତ ଏମିତି ନଘଟୁ। କାରଣ ଏହା ବହୁତ କଷ୍ଟଦାୟକ। ମୁଁ ସୀମାଙ୍କୁ କେବେ ବି କ୍ଷମା କରିବି ନାହିଁ।’

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଦ୍ବିତୀୟ ସ୍ବାମୀ ସଚିନ ସୀମାଙ୍କ ପିଲାଙ୍କ ସହିତ ଖେଳୁଥିବା ସ୍ନେହ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସୀମାଙ୍କ ୪ଜଣ ପିଲା ସଚିନଙ୍କ ସହ ଖୁସିରେ ଥିବ‌ା  ଭିଡିଓରେ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର