ସୂର୍ଯ୍ୟପରାଗ ଦେଖିବା ମହଙ୍ଗା ପଡ଼ିଲା; ୧୫ଜଣ ପିଲାଙ୍କର ଖରାପ ହୋଇଗଲା ଆଖି

ଜୟପୁର: ସୂର୍ଯ୍ୟପରାଗ ସମୟରେ ଘରର ବଡ଼ଲୋକମାନେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବା ପାଇଁ ବାରଣ କରିଥାଆନ୍ତି। କାରଣ ଏହି ସମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିଲେ ଆଖି ଖରାପ ହୋଇଯିବାର ଅନେକ ସମ୍ଭାବନା ଥାଏ ବୋଲି ସେମାନେ କହିଥାଆନ୍ତି। ଏଭଳି ଏକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି।

Image result for seen-the-solar-eclipse-without-glasses
Space.com

ସୂର୍ଯ୍ୟପରାଗ ସମୟରେ ଆପଣ ବି ଯଦି ଆଖିରେ ଚଷମା ନପିନ୍ଧି କିମ୍ବା ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନ କରି ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିଥିବା ହେତୁ ରାଜସ୍ଥାନର ପ୍ରାୟ ୧୫ଜଣ ପିଲାଙ୍କ ଆଖି ୪୦ରୁ ୭୦ ପ୍ରତିଶତ ଖରାପ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୬ରେ ହୋଇଥିବା ସୂର୍ଯ୍ୟପରାଗକୁ ସହରର କେତେକ ଯୁବପୀଢ଼ି ଓ ପିଲାମାନେ ଖାଲି ଆଖିରେ ଦେଖିଥିଲେ। କିଛିଦିନ ପରେ ଏମାନଙ୍କୁ ସବୁକିଛି ଝାପସାଝାପସା ଦେଖା ଯାଇଥିଲା। ଏଭଳି ଅବସ୍ଥା ଦେଖି ଅଭିଭାବକମାନେ ପିଲାଙ୍କୁ ଧରି ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ଡାକ୍ତର ପିଲାଙ୍କ ଚକିତ୍ସା ପରେ ଯେଉଁ ରିପୋର୍ଟ ଦେଇଥିଲେ ତାହାକୁ ପାଇବା ପରେ ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Related image
newsmobile.in

ଏମଏମଏସ୍‌ ଚକ୍ଷୁ ବିଭାଗ ଡାକ୍ତର କମଳେଶ ଖଇଲ୍ଲାନିଙ୍କ କହିବାନୁସାରେ, ଗତ ଡିସେମ୍ବର ୨୬ରେ ହୋଇଥିବା ସୂର୍ଯ୍ୟପରାଗ କାରଣରୁ ଅନେକ ଯୁବପୀଢ଼ି ସହିତ ଛୋଟ ପିଲାମାନଙ୍କ ଆଖିର ରେଟିନା ପୋଡ଼ି ଯାଇଛି। ଏହା ଏଥିପାଇଁ ହୋଇଛି କାରଣ ସୂର୍ଯ୍ୟପରାଗ ସମୟରେ ସେମାନେ ସୂର୍ଯ୍ୟଙ୍କୁ ଦେଖୁଥିବା ବେଳେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ଆଖି ପାଇଁ ଆପଣାଇ ନଥିଲେ। ରେଡିଏସନ ଯୋଗୁଁ ସେମାନଙ୍କ ଆଖିର ଏଭଳି ଅବସ୍ଥା ହୋଇଛି। ତେଣୁ ଏଭଳି ପରିସ୍ଥିତିରେ ବହୁତ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ।

ସମ୍ବନ୍ଧିତ ଖବର