ନୂଆଦିଲ୍ଲୀ: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାକୁ ନେଇ ଦିନକୁ ଦିନ କୁହୁଳୁଛି ନିଆଁ। ୧୪ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ଏବେ ସ୍ଥାନୀୟ ଲୋକେ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡିଥିବା ବେଳେ ନାଗାଲାଣ୍ଡର ଏକ ବିଦ୍ରୋହୀ ଗୋଷ୍ଠୀ ଏବେ ଖୁଲମ ଖୁଲା ଚେତାବନୀ ଦେଇଛି।  ଡିସେମ୍ବର ୪ରେ ଘଟିଥିବା ଘଟଣାରେ ନିର୍ଦ୍ଦୋଶର ରକ୍ତ ବହିଛି। ଖୁବ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ ବୋଲି କହିଛି ନାଗାଲାଣ୍ଡର ବିଦ୍ରୋହୀ ଗୋଷ୍ଠୀ ଜାତୀୟ ସମାଜବାଦୀ ପରିଷଦ ।

Advertisment

ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ, ଏଠାରେ ରହୁଥିବା ଲୋକେ ଶାନ୍ତି ଚାହୁଁଥିବାରୁ ଆମେ ଭାରତୀୟ ସେନାରେ ଥିବା କିଛି ନିଷ୍ଠୁର ଦଖଲକାରୀଙ୍କ ବିରୋଧରେ ପାଟି ଖୋଲୁନଥିଲୁ। କିନ୍ତୁ ଶାନ୍ତିପୂର୍ଣ୍ଣ ଭାବରେ ରହିବାର ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରି ଆମ ଲୋକମାନେ ନିଷ୍ଠୁର ଦଖଲକାରୀଙ୍କଠାରୁ କ’ଣ ପାଇଛନ୍ତି? କିଛି ନାହିଁ କେବଳ ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା ଏବଂ ଅସହ୍ୟ ଯନ୍ତ୍ରଣା, ଯାହା ସମୟ ସମୟରେ ସାମ୍ନାକୁ ଆସେ। କିନ୍ତୁ ଏବେ ଆମେ ଚୁପ ରହିବୁ ନାହିଁ। ଏହାର ପ୍ରତିଶୋଧ ନିଆଯିବ ବୋଲି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

publive-image ndtv.com

ଉଲ୍ଲେଖଯୋଗ୍ୟ, ଗତ ଶନିବାର ରାତିରେ ନାଗାଲାଣ୍ଡର ମୋନ ଜିଲ୍ଲାରେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଲାଗି ଯୋଜନା କରାଯାଇଥିଲା। ସୁରକ୍ଷା ବାହିନୀ ଓଟିଂ ଗାଁ ନିକଟରେ ଛପି ରହିଥିଲେ। ଉଗ୍ରବାଦୀଙ୍କ ଗାଡ଼ି ଭାବି ସେମାନେ ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଏହି ଗାଡ଼ିରେ ଗ୍ରାମବାସୀମାନେ ଆସୁଥିଲେ। ଗୁଳିମାଡ଼ରେ ୬ ଜଣ ଗ୍ରାମବାସୀଙ୍କର ଘଟଣାସ୍ଥଳନରେ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ନିଆଯିବା ବାଟରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ସୁରକ୍ଷା ବାହିନୀକୁ ଘେରିଯାଇଥିଲେ। ଆତ୍ମରକ୍ଷା ପାଇଁ ସେନା ଗୁଳି ଚଳାଇବାରୁ ଅନ୍ୟ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।