ବୁଲା କୁକୁରଙ୍କ ଉତ୍ପାତ ଯୋଗୁଁ ଗୋଆ ବିମାନ ବନ୍ଦରରେ ବାଧା ପାଇଲା ଏୟାର୍‌ ଇଣ୍ଡିଆ ବିମାନ ଅବତରଣ 

ପାନାଜୀ: ମଙ୍ଗଳବାର ପାହାନ୍ତା ପହରରେ ଗୋଆର ଦାବୋଲିମ୍‌ ବିମାନ ବନ୍ଦରର ରନ୍‌େଓ୍ଵରେ ବୁଲା କୁକୁର ଦୌଡ଼ାଦୌଡ଼ି କରୁଥିବାରୁ ଏୟାର୍‌ ଇଣ୍ଡିଆର ଗୋଟିଏ ବିମାନ ଅବତରଣ କରି ପାରି ନ ଥିଲା।

ଅଗଷ୍ଟ ୧୩ ତାରିଖ ଦିନ ଏଆଇ ୦୩୩ ଏୟାର୍‌ ଇଣ୍ଡିଆ ବିମାନ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରି ଗୋଆରେ ରାତି ପ୍ରାୟ ୩: ୦୦ରେ ଅବତରଣ କରିବାକୁ ଧାର୍ଯ୍ୟ କରାଯାଇଥିଲା।

ଅବତରଣ ସମୟରେ, ରନ୍‌େଓ୍ଵ ସାରା କୁକୁରମାନଙ୍କୁ ଦେଖି ପାଇଲଟ୍‌ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଷ୍ଟାଫ୍‌ଙ୍କୁ ତୁରନ୍ତ ସୂଚନା ଦେଲେ। କିନ୍ତୁ, କିଟିମିଟି ଅନ୍ଧାର ଯୋଗୁଁ ଏଟିସି କର୍ମଚାରୀମାନେ କୁକୁରମାନଙ୍କୁ ଦେଖି ପାରିଲେ ନାହିଁ ବୋଲି ଭାତରୀୟ ନୌବାହିନୀ ରିଲିଜ୍‌ କରିଥିବା ଏକ ବିବୃତିରେ କୁହାଯାଇଛି।

Image Source: First Post

ସେଥିରେ ଉଲ୍ଲେଖ ରହିଛି: ମୁମ୍ବାଇରୁ ଆସିଥିବା ଏଆଇ ୦୩୩ ଅଗଷ୍ଟ ୧୩ ତାରିଖ ପ୍ରତ୍ୟୁଷ ପ୍ରାୟ ୩: ୦୦ ବେଳେ ଦାବୋଲିମ୍‌ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ରନ୍‌େଓ୍ଵରେ କୁକୁର ଥିବା କଥା ଏଟିସିଙ୍କୁ ସୂଚନା ଦେଇଥିଲଶ। ଦ୍ୱିତୀୟ ଆପ୍ରୋଚ୍‌ରେ ବିମାନଟିକୁ ନିରାପଦରେ ଉଦ୍ଧାର କରାଯାଇଥିଲା। ରାତି ହୋଇଥିବାରୁ ଏଟିସି ଏବଂ ରନ୍‌େଓ୍ଵ କଣ୍ଟ୍ରୋଲର୍‌ଙ୍କୁ କୌଣସି କୁକୁର ଦିଶି ନ ଥିଲେ।

ପରେ ଭାରତୀୟ ନୌସେନା କହିଛି ଯେ ରନ୍‌େଓ୍ଵ ପାଖରୁ କୁକୁର ଓ ପକ୍ଷୀମାନଙ୍କୁ ହଟାଇବାକୁ ଦିନ ବେଳା ଅଧିକ ଲୋକ ନିୟୋଜନ କରାଯାଇ ରନ୍‌େଓ୍ଵରୁ କୁକୁରମାନଙ୍କ ଦୌରାତ୍ମ୍ୟ ହ୍ରାସ କରିବାକୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବ। ୨୦୦ ବୁଲା କୁକୁରଙ୍କୁ ବନ୍ଧ୍ୟା କରିବା ପାଇଁ ଓ ସ୍ଥାନାନ୍ତର କରିବା ପାଇଁ ରାଜ୍ୟସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି।

ସମ୍ବନ୍ଧିତ ଖବର