ଜମ୍ମୁ କାଶ୍ମୀର ଡୋଡ଼ାରେ ମନ୍ଦିର ଭଙ୍ଗାରୁଜା

ଶ୍ରୀନଗର : ଜମ୍ମୁ କାଶ୍ମୀରର ଡୋଡ଼ା ଜିଲ୍ଲାରେ କିଛି ଦୁର୍ବୃତ୍ତ ଏକ ମନ୍ଦିର ଭଙ୍ଗାରୁଜା କରିଛନ୍ତି। ଉକ୍ତ ଘଟଣାକୁ ବିରୋଧ କରି ଆଜି ଡୋଡ଼ାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଛି। ଭଗବାନ ବାସୁକୀ ନାଗଙ୍କର ଏକ ମନ୍ଦିର ଭଙ୍ଗାରୁଜା କରାଯାଇଛି। ଏହାର ଏକ ଫଟୋ ସୋାସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏହାକୁ ଜୋରଦାର ବିରୋଧ କରାଯାଇଛି। ମନ୍ଦିର ନିକଟରେ ଏବଂ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଧାରା ୧୪୪ ଜାରି ହୋଇଛି। ଶେଷ ଡୋଗ୍ରା ଶାସକ ମହ‌ାରାଜ ହରି ସିଂହଙ୍କ ନାତି ବିକ୍ରମାଦିତ୍ୟ ସିଂହ ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, କିଛି ସ୍ଥାନୀୟ ଦୁର୍ବୃତ୍ତ ବାସୁକୀ ନାଗ ମନ୍ଦିର, କୈଳାଶ କୁଣ୍ଡ, ଭଦେରୱାଡ଼ ଭଙ୍ଗାରୁଜା କରିଥିବା ଖବର ପାଇଛି। ଉକ୍ତ ଘଟଣାରେ ମୁଁ ଡୋଡ଼ା ଡିସି ଏବଂ ଏସ୍‌ଏସ୍‌ପିଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଛି। ଉକ୍ତ ଘଟଣାରେ ତଦନ୍ତ ହେବ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର