ନୈନିତାଲ: ଉତ୍ତରାଖଣ୍ଡ ନୈନିତାଲରେ ଏକ ସଙ୍ଗରୋଧ କେନ୍ଦ୍ରରେ ନିଜର ପରିବାର ସହିତ ଶୋଇଥିବା ବେଳେ ଜଣେ ବାଳିକାର ସର୍ପ ଦଂଶନରେ ମୃତ୍ୟୁ ହୋଇଛି। ମୃତ ବାଳିକାର ନାମ ଅଞ୍ଜଳି ଓ ତାର ବୟସ ଦଶବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।

Advertisment

ଏଭଳି ଏକ ଦୁଃଖଦ ଘଟଣା ବେତାଲଘାଟ ବ୍ଲାକ୍‌ ଅନ୍ତର୍ଗତ ମେଟି ଗ୍ରାମରେ ଘଟିଛି। ଏଠାରେ ଏକ ସ୍କୁଲରେ ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ ପିତା-ମାତାଙ୍କ ସହିତ ୧୦ବର୍ଷର ଝିଅ ଅଞ୍ଜଳି ବି ରହୁଥିଲା। ଅଞ୍ଜଳି ସଙ୍ଗରୋଧ କେନ୍ଦ୍ରରେ ଶୋଇଥିବା ସମୟରେ ସକାଳ ପାଖାପାଖି ୫ଟା ସମୟରେ ହଠାତ ପାଟି କରି  ଉଠି ପଡ଼ିଥିଲା। ତାର ପାଟି ଶୁଣି ଅନ୍ୟମାନଙ୍କର ବି ନଦ ଭାଙ୍ଗି ଯାଇଥିଲା।

ଏହାପରେ ଅଞ୍ଜଳି ପାଖରେ ଏକ ସାପ ଥିବା ଲୋକମାନେ ଦେଖିବାକୁ ପାଇଥିଲେ। ସାପଟି ଅଞ୍ଜଳିର ମସ୍ତକକୁ ଦଂଶନ କରିଥିଲା। ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଡକା ଯାଇଥିଲା। ହେଲେ ଆମ୍ବୁଲାନ୍ସ ଆସି ପହଞ୍ଚିଲା ବେଳକୁ ୧ଘଣ୍ଟା ବିଳମ୍ବ ହୋଇଯାଇଥିଲା। ଅଞ୍ଜଳିକୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଝିଅକୁ ମୃତ ବୋଲି ଘୋଷଣା କରିଥିଲେ।

Kerala: Woman dies of snake-bite, husband and his friend in police ...

ଖିମ୍‌ ସିଂହଙ୍କ କହିବାନୁସାରେ, ସେମାନେ ନୈନିତାଲର ନିବାସୀ, କିନ୍ତୁ ଦିଲ୍ଲୀରେ ରହି କାମ କରୁଥିଲେ। ଲକ୍‌ଡାଉନ୍‌ ପରେ କାମଧନ୍ଦା ଠପ୍‌ ହୋଇଯିବାରୁ ସେମାନେ ଘରକୁ ଫେରି ଆସିଥିଲେ। ତେବେ କରୋନା ସଂକ୍ରମଣ ସନ୍ଦେହ କରି ସେମାନଙ୍କୁ ସ୍କୁଲରେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଏହି ସଙ୍ଗରୋଧ କେନ୍ଦ୍ରର ପ୍ରବାସୀଙ୍କ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିବା ବି ସେ ଅଭିଯୋଗ କରି କରିଛନ୍ତି।