ଖରାପ ପାଗ ପାଇଁ ଲଗାତାର ୨ ଦିନ ଧରି ଅମରନାଥ ଯାତ୍ରା ବନ୍ଦ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଏବଂ ଖରାପ୍‌ ପାଗ ପାଇଁ ବ‌ାର୍ଷିକ ଅମରନାଥ ଯାତ୍ରା ଲଗାତାର ୨ ଦିନ ଧରି ବନ୍ଦ ରହିଛି। ପବିତ୍ର ଅମରନାଥ ଗୁମ୍ଫାରେ ସାମାନ୍ୟ ବରଫପାତ ମଧ୍ୟ ହେଉଛି। ଏଥିପାଇଁ ସ୍ଥିତି ଆହୁରି ଅଧିକ ଜଟିଳ ହୋଇଯାଇଛି।

ଏଥିପାଇଁ ୨ ଦିନ ଧରି କୌଣସି ତୀର୍ଥଯାତ୍ରୀଙ୍କୁ ଯାତ୍ରାରେ ଆଗକୁ ବଢ଼ିବାକୁ ଦିଆଯାଇନି। ଯାତ୍ରା ବନ୍ଦ ରହିଛି। ଉଭୟ ବାଲ୍‌ଟାଲ୍‌ ଏବଂ ପହଲଗାମ ପଥରେ ଯାତ୍ରା ବନ୍ଦ ରହିଛି। ପ୍ରବଳ ବର୍ଷା ଯୋଗୁଁ ଅନନ୍ତନାଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର