କୋଲକାତା ରନ୍‌ୱେରେ ବଡ଼ ଅଘଟଣ ଟଳିଲା: ଏୟ‌ାର ଇଣ୍ଡିଆ ବିମାନକୁ ଧକ୍କା ଦେଲା ଇଣ୍ଡିଗୋ ବିମାନ

କୋଲକାତା: କୋଲକାତା ବିମାନ ବନ୍ଦରରେ ଆଜି ଏକ ବଡ଼ ଅଘଟଣ ଘଟିବାରୁ ଅଳ୍ପକେ ରକ୍ଷା ମିଳିଛି। ରନ୍‌ୱେରେ ଆଜି ସକାଳେ ଦୁଇଟି ବିମାନ ବିପଜ୍ଜନକ ଭାବେ ପରସ୍ପରର ନିକଟତର ହୋଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ସ୍ଥିତି ନିୟନ୍ତ୍ରଣ ହୋଇଯିବାରୁ ଶହ ଶହ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୋଲକାତା ବିମାନ ବନ୍ଦରରେ ଦରଭଙ୍ଗା ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନ ରନୱେ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଅପେକ୍ଷାରେ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ଧକ୍କା ଦେଇଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଡେଣାର ଏକ ଅଂଶ ରନୱେ ଉପରେ ପଡ଼ିଥିବା ବେଳେ ଇଣ୍ଡିଗୋ ବିମାନର ପଙ୍ଖା ଭାଙ୍ଗି ଯାଇଛି। ଡିଜିସିଏ ଉଭୟ ବିମାନର ଉଡ଼ାଣ ରଦ୍ଦ କରିବା ସହ ପାଇଲଟଙ୍କୁ ଦାୟିତ୍ବରୁ ହଟାଇଛି । ଆମେ ଏହି ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛୁ ଏବଂ ଇଣ୍ଡିଗୋ ଏୟାରଲାଇନ୍ସର ଉଭୟ ପାଇଲଟଙ୍କ ବିରୋଧରେ ତତ୍କାଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ବିମାନ ବନ୍ଦରରେ ଏଭଳି ଅଘଟଣକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର