ଟ୍ରମ୍ପ୍‌-କିମ୍‌ ବୈଠକକୁ ଚୀନ୍‌ର ସ୍ବାଗତ

ବେଜିଂ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତକାଲି ଉତ୍ତରକୋରିଆ ମାଟିରେ ପହଞ୍ଚି ଏକ ଇତିହାସ ସୃଷ୍ଟି କରିଥିଲେ। ଦୁଇ ରାଷ୍ଟ୍ର ମଧ୍ୟରେ ପୁଣିଥରେ ପରମାଣୁ କଥାବାର୍ତ୍ତା ଆରମ୍ଭ ହେବ ବୋଲି ଟ୍ରମ୍ପ୍‌ ଗତକାଲି ରାଜି ହୋଇଥିଲେ। ତେବେ ଉଭୟ ନେତାଙ୍କ ସାକ୍ଷାତକୁ ଚୀନ୍‌ ସ୍ବାଗତ କରିଛି। ଦୁଇ ନେତାଙ୍କ ସାକ୍ଷାତକୁ ଚୀନ୍‌ ଗଠନମୂଳକ ବୋଲି କହିବା ସହ ନିରସ୍ତ୍ରୀକରଣ ବାବଦରେ ଆଲୋଚନା ଆରମ୍ଭ ଦିଗରେ ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି କହିଛି।

ସମ୍ବନ୍ଧିତ ଖବର