ଦୁଇଟି ବଡ଼ ବିମାନ ଦୁର୍ଘଟଣା ଟଳିଲା:ରନ୍‌ୱେରୁ ଖସିଲା ସ୍ପାଇସ୍‌ ଜେଟ୍‌, ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ଦୁଇଟି ବଡ଼ ଧରଣର ବିମାନ ଦୁର୍ଘଟଣା ଟଳି ଯାଇଛି। ଗତକାଲି ପ୍ରବଳ ବର୍ଷା ହେତୁ ସୁରଟ୍‌ରେ ଏକ ସ୍ପାଇସ୍‌ ଜେଟ୍‌ ବିମାନ ରନ୍‌ୱେରୁ ଖସି ଯାଇଥିବାବେଳେ ମାଙ୍ଗାଲୋର୍‌ରେ ମଧ୍ୟ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଟାକ୍ସିୱେରୁ ଖସି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଦୁଇଟି ଯାକ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଗତ ରବିବାର ସନ୍ଧ୍ୟାରେ ଭୋପାଳରୁ ସୁରଟକୁ ଯାଇଥିବା ସ୍ପାଇସ୍‌ ଜେଟ୍‌ ସୁରଟ ବିମାନବନ୍ଦରରେ ଅବତରଣ କରିବାପରେ ରନ୍‌ୱେରୁ ଖସି ଯାଇଥିଲା। ଏହା ପୂର୍ବରୁ ଦୁବାଇ-ମାଙ୍ଗାଲୋର ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ୧୮୯ ଯାତ୍ରୀଙ୍କ ସହ ଗତକାଲି ଏହାର ଅବତରଣ କରିବାପରେ ରନ୍‌ୱେରୁ ଖସି ଯାଇଥିଲା।

ସମ୍ବନ୍ଧିତ ଖବର