ଏସିଆରେ ତୁର୍କୀ ଟ୍ୟାଙ୍କ: ଇଣ୍ଡୋନେସିଆରେ ଗର୍ଜିବ ଟାଇଗର ଟ୍ୟାଙ୍କ, ଭାରତର ବଢ଼ିଲା ଚିନ୍ତା

ଆଙ୍କରା: ତୁର୍କୀର ଅସ୍ତ୍ରଶସ୍ତ୍ର ଏସିଆରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ତୁର୍କୀ ପୂର୍ବରୁ ଡ୍ରୋନ୍ ଯୋଗାଉଥିଲା। କିନ୍ତୁ ବର୍ତ୍ତମାନ ଏହାର ଟ୍ୟାଙ୍କ ମଧ୍ୟ ଏସିଆରେ ପ୍ରବେଶ କରିଛି। ଇଣ୍ଡୋନେସିଆ ସେନା ଚଳିତ ମାସ ଆରମ୍ଭରେ ତୁର୍କୀ ସହଯୋଗରେ ନିର୍ମିତ ମଧ୍ୟମ ଓଜନ ଟ୍ୟାଙ୍କକୁ ସାମିଲ କରିଛି। ତୁର୍କୀରେ ଥିବା ଇଣ୍ଡୋନେସିଆ ଦୂତାବାସ ଏନେଇ ଏକ ଘୋଷଣା କରିଛି। ଯାହା ଅନୁଯାୟୀ ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ଦଶଟି ଟ୍ୟାଙ୍କ ସେନାକୁ ହସ୍ତାନ୍ତର କରିଛନ୍ତି। ଏହା କପ୍ଲାନ୍ ବା ଟାଇଗର ଭାବରେ ଜଣାଶୁଣା । ଏହି ଟ୍ୟାଙ୍କ ଉତ୍ପାଦନ ପାଇଁ ଇଣ୍ଡୋନେସିଆର କମ୍ପାନୀ ପିଟି ପିଡଡ ଏବଂ ତୁର୍କୀ କମ୍ପାନୀ ଏଫଏନଏସଏସ ସହଯୋଗ କରିଥିଲେ ବୋଲି ଘୋଷଣା କରାଯାଇଛି।

ଇଣ୍ଡୋନେସିଆର ଏହି ପଦକ୍ଷେପ ତୁର୍କୀର ପ୍ରତିରକ୍ଷା ପ୍ରଯୁକ୍ତିକୁ ସିଧାସଳଖ ସ୍ୱୀକୃତି ଦେଉଛି । ମିଳିତ ଭାବେ ମଧ୍ୟମ ଓଜନ ଟ୍ୟାଙ୍କ ଉତ୍ପାଦନ ପାଇଁ ତୁର୍କୀ ଏବଂ ଇଣ୍ଡୋନେସିଆ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିରେ ଦୁଇଟି ପ୍ରୋଟୋଟାଇପ୍ ଟ୍ୟାଙ୍କର ଡିଜାଇନ୍ ଏବଂ ନିର୍ମାଣ ପାଇଁ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହି ଚୁକ୍ତିରେ ଧାର୍ଯ୍ୟ କରାଯାଇଥିଲା ଯେ ବୌଦ୍ଧିକ ଗୁଣଧର୍ମ ଅଧିକାର (ଆଇପିଆର) ଉଭୟ ପକ୍ଷର ହେବ। ୨୦୧୭ରେ ଦୁଇଟି ପ୍ରୋଟୋଟାଇପ୍ ଟ୍ୟାଙ୍କ ପରୀକ୍ଷା ଆରମ୍ଭ ହୋଇଥିଲା । ମାର୍ଚ୍ଚ ୨୦୨୨ ରେ ଇଣ୍ଡୋନେସିଆ ସେନାକୁ ପ୍ରଥମ ବ୍ୟାଚ୍ ଟ୍ୟାଙ୍କ ହସ୍ତାନ୍ତର କରାଯାଇଥିଲା।

ତୁର୍କୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟାଇଗର ଟ୍ୟାଙ୍କର ବିକ୍ରି ହେଉଛି ପ୍ରଥମ ବିଦେଶୀ କାରବାର। କପ୍ଲାନ୍ ଏମଟି ବା ହରିମାଉ ହେଉଛି ଏକ ଆଧୁନିକ ମଧ୍ୟମ ଓଜନ ଟ୍ୟାଙ୍କ, ଯାହା ଉଚ୍ଚ ସ୍ତରର ଅସାଧାରଣ କୌଶଳ ଗତିଶୀଳତା ପାଇଁ ପରିକଳ୍ପିତ।

 

ସମ୍ବନ୍ଧିତ ଖବର