ଭାରତରେ କେମିତି ପଶନ୍ତି ଆତଙ୍କବାଦୀ, ଦେଖନ୍ତୁ ଭିଡିଓ

ଶ୍ରୀନଗର: ଭାରତରେ କେମିତି ପାକିସ୍ତାନରୁ ଆସନ୍ତି ଆତଙ୍କବାଦୀ | ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି | ଅଗଷ୍ଟ ୨୫ରେ ଆତଙ୍କବାଦୀମାନେ ଭାରତରେ ପ୍ରବେଶ ପାଇଁ ଚେଷ୍ଟା କରୁଥିଲେ | ଆଉ ସେନାର ଗୁଳିମାଡରେ ଏମାନେ ନିହତ ମଧ୍ୟ ହୋଇଥିଲେ |ମିଳିଥିବା ତଥ୍ୟ ମୁତାବକ ଆତଙ୍କବାଦୀ ଭାରତରେ ପଶିପାରନ୍ତି ବୋଲି ଗୁଇନ୍ଦା ସୂଚନା ପାଇବା ପରେ ଯବାନମାନେ ନଜର ରଖିଥିଲେ | ଆଉ ଆତଙ୍କବାଦୀମାନେ ଗୁପ୍ତ ରାସ୍ତା ଦେଇ ଭାରତରେ ପଶୁଥିବାର ଦୃଶ୍ୟ ଇଲେକ୍ଟ୍ରୋନିକ୍ ସିସିଟିଭି ଗ୍ୟାଜେଟ୍ ଦ୍ୱାରା କଏଦ ହୋଇଥିଲା |


ସୂଚନା ମୁତାବକ ଜମ୍ମୁକଶ୍ମୀରରେ ଅନୁପ୍ରବେଶକାରୀଙ୍କ ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ଗତକାଲି ଯବାନମାନେ ପଣ୍ଡ କରିଦେଇଥିଲେ | ଜମ୍ମୁକଶ୍ମୀରର ଉରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାବାହିନୀଙ୍କ ଗୁଳିମାଡ଼ରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ |

ମିଳିଥିବା ସୂଚନା ମୁତାବକ ଉତ୍ତର କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ମାଡିଆନ୍ ନାନକ ପୋଷ୍ଟ ନିକଟରେ ଯବାନମାନେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲେ | ଉରିର କମଲକୋଟ ସେକ୍ଟରର ମାଡିଆନ୍ ନାନକ ପୋଷ୍ଟ ନିକଟରେ ସେନା ଏବଂ ବାରାମୁଲ୍ଲା ପୁଲିସର ଗୁଳିମାଡରେ ତିନିଜଣ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧିତ ଖବର