ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ଯାଜପୁର: ଯାଜପୁର ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଥିରେ ୪ ବଖରା ଘର ଜଳିଯାଇଥିବାର ସୂଚନା ରହିଛି। ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ କାଇମାଟିଆ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି। ଗାଁର ବାବନ ସାହୁଙ୍କ ଘରେ ଗତକାଲି ରାତିରେ ହଠାତ ନିଆଁ ଲାଗିଯାଇଥିଲା।
ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ୪ ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର