ଜଣାଶୁଣା ହୋଟେଲରେ ପରଷାଯାଇଥିବା ଦୋସାରୁ ବାହାରିଲା ୮ଟି ଅସରପା

ନୂଆଦିଲ୍ଲୀ: ଯେତେବେଳେ ଆପଣ କୌଣସି ବଡ ଏବଂ ପ୍ରସିଦ୍ଧ ରେସ୍ତୋରାଁ କିମ୍ବା ହୋଟେଲକୁ ଖାଇବାକୁ ଯାଆନ୍ତି, ସେତେବେଳେ ଆପଣଙ୍କର କେବଳ ଗୋଟିଏ ଆଶା ଥାଏ ଯେ ଖାଦ୍ୟ ସ୍ୱାଦିଷ୍ଟ ହୋଇଥିବ ଏବଂ ପରିଷ୍କାର ପରିଚ୍ଛନ୍ନତା ସହିତ ପ୍ରସ୍ତୁତ ହୋଇଥିବ | କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଦୋସାର ଫଟୋ ଭାଇରାଲ ହେଉଛି ଯାହା ଆପଣଙ୍କର ଏହି ଆଶା ଭାଙ୍ଗିଦେବ | ଜଣେ ଯୁବତୀ ଏକ ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ଯେଉଁଥିରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ସାଧା ଦୋସାରେ ୮ଟି ଅସରପା ଥିବା ଦେଖାଯାଉଛି।

 

View this post on Instagram

 

A post shared by Ishani (@ishanigram)

ସୂଚନା ମୁତାବକ, ମାର୍ଚ୍ଚ ୭ରେ ନିଜ ସାଙ୍ଗଙ୍କ ସହ ଦିଲ୍ଲୀର ଏକ ପ୍ରସିଦ୍ଧ କଫି ହାଉସକୁ ଯାଇଥିବା ଇଶାନି ନାମକ ଜଣେ ଯୁବତୀ ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଛନ୍ତି। କନ୍ନଟ୍ ପ୍ଲେସରେ ଅବସ୍ଥିତ ଏହି କଫି ହାଉସର ନାମ ହେଉଛି ମାଡ୍ରାସ କଫି ହାଉସ୍, ଯେଉଁଠାରେ ଇଶାନି ଏକ ସାଧା ଦୋସା ଅର୍ଡର କରିଥିଲେ | କିନ୍ତୁ ଖାଇବା ଆରମ୍ଭ କରିବା ପରେ ସେ ଯାହା ଦେଖିଲେ ତାହା ଇଶାନିଙ୍କୁ ଆଶ୍ଚର୍ଯ୍ୟ କରିଥିଲା | ଦୋସା ଉପରେ କଳା ଚିହ୍ନ ଥିବା ଦେଖି କଣ ବୋଲି ଜାଣିବାକୁ ଭଲ ଭାବରେ ଦେଖିଥିଲେ ଇଶାନି | ଦେଖୁ ଦେଖୁ ଦୋସା ଭିତରେ ୮ଟି ଅସରପା ଥିବା ଦେଖାଯାଇଥିଲା | ଏହି ଘଟଣାର ଭିଡିଓ ପୋଷ୍ଟ କରିବା ସହ ଇଶାନି ଏତଲା ରୁଜୁ କରିଥିବା ଜଣାପଡିଛି |

ସମ୍ବନ୍ଧିତ ଖବର