ଇନ୍ଦୋର: ଭଲ ନୃତ୍ୟଶିଳ୍ପୀ ହେବାରେ ବିଫଳ ହେବା ପରେ ଜଣେ ୧୬ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ମଧ୍ୟପ୍ରଦେଶର ଝାନ୍ସୀରେ ଏଭଳି ଏକ ଘଟଣା ଘଟିଛି | ତାଙ୍କ ଆତ୍ମହତ୍ୟା ନୋଟରେ ନାବାଳକ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ଅନୁରୋଧ କରିଛନ୍ତି। ଆତ୍ମହତ୍ୟା ନୋଟରେ ସେ ଲେଖିଛନ୍ତି ଯେ, ତାଙ୍କର ଶେଷ ଇଚ୍ଛା ହେଉଛି ଗାୟକ ଅରିଜିତ ସିଂ ଏକ ଗୀତ ଗାଇବେ ଏବଂ ସେହି ଗୀତରେ ନେପାଳୀ କଳାକାର ସୁଶାନ୍ତ ଖତ୍ରିଙ୍କ ଦ୍ୱାରା କୋରିଓଗ୍ରାଫ୍ ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରାଯାଉ।
Sambad is now on WhatsApp
Join and get latest news updates delivered to you via WhatsApp
ଝାନ୍ସୀ ରୋଡ୍ ପୁଲିସ୍ ଷ୍ଟେସନର ଇନ୍ସପେକ୍ଟର ସଞ୍ଜୀବ ନୟନ ଶର୍ମା କହିଛନ୍ତି ଯେ ରବିବାର ରାତିରେ କ୍ୟାନ୍ସର ହସ୍ପିଟାଲ ଅଞ୍ଚଳର ଜଣେ ନାବାଳକ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ | ଆଉ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଥିଲା | ଏହି ନୋଟରେ ନାବାଳକ ଜଣକ ଲେଖିଥିଲେ ଯେ, ‘ତାଙ୍କ ପରିବାର ଏବଂ ସାଙ୍ଗମାନେ ତାଙ୍କୁ ସମର୍ଥନ କରୁ ନ ଥିବାରୁ ସେ ଜଣେ ଭଲ ନୃତ୍ୟଶିଳ୍ପୀ ହୋଇପାରିଲେ ନାହିଁ।
ତାଙ୍କ ମୃତ୍ୟୁ ପରେ ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରାଯିବା ଉଚିତ ଯେଉଁଥିରେ ଅରିଜିତ ସିଂ ଏକ ଗୀତ ଗାଇଥିବେ ଏବଂ ନେପାଳୀ କୋରିଓଗ୍ରାଫର ସୁଶାନ୍ତ ଖତ୍ରି ଏଥିରେ ନୃତ୍ୟ କରିଥିବେ’ | ଏହି ମ୍ୟୁଜିକ୍ ଭିଡିଓ ତାଙ୍କ ଆତ୍ମାକୁ ଶାନ୍ତି ଦେବ ବୋଲି ନୋଟରେ କୁହାଯାଇଛି। ସେ ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଅନୁରୋଧ କରିଛନ୍ତି।