ଆକାଶରୁ ହଠାତ ଘର ଉପରକୁ ଖସି ପଡ଼ିଲା ବିମାନ! ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆ ପ୍ରାନ୍ତରେ ଗତ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବିମାନ ଆବାସିକ ଅଞ୍ଚଳରେ ଥିବା ଘର ଉପରେ ପଡିଯାଇଥିଲା। ଫଳରେ ଦୁର୍ଘଟଣାର କିଛି ଦୂରରେ ଥିବା ଏକ ବିଦ୍ୟାଳୟ ଏହା ଦ୍ବାରା ପ୍ରଭାବିତ ମଧ୍ୟ ହୋଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘର ଉପରେ ବିମାନର ଖସି ପଡ଼ିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

 

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ଲସ ଏଞ୍ଜେଲ୍ସର ସାଣ୍ଟି ନେବରହୁଡ ନିକଟ ସାଣ୍ଟାନା ହାଇସ୍କୁଲ ନିକଟରେ ଘଟିଛି । ବିମାନଟି ଦୁଇ ଇଞ୍ଜିନ ବିଶିଷ୍ଟ ଥିଲା। ଏହି ବିମାନଟି ଆରିଜୋନାର ୟୁମା ଠାରୁ ଯାତ୍ରା ଆରମ୍ଭ କରିଥିଲା। ଯାତ୍ରା କରୁଥିବା ସମୟରେ ଆବାସିକ ଅଞ୍ଚଳ ନିକଟରେ ହଠାତ ବିମାନରେ ନିଆଁ ଲାଗିଯାଇଥିଲା।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ବିମାନ ଏବଂ ଘରଗୁଡ଼ିକରେ ଲାଗିଥିବା ନିଆଁକୁ ଅଗ୍ନିଶମ କର୍ମଚାରୀମାନେ ଆୟତ୍ତ କରି ନେଇଥିଲେ। ଫଳରେ ନିଆଁ ଚାରିଆଡେ ବ୍ୟାପି ନଥିଲା।

 

ସମ୍ବନ୍ଧିତ ଖବର