ଏହା ଏକ ଛୋଟ ଘଟଣା, ଜାଣିଶୁଣି ବଡ଼ କରାଯାଉଛି; ଛାତ୍ରଙ୍କୁ କସାବ ସହ ତୁଳନା କରିବା ଘଟଣାକୁ ନେଇ କହିଲେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ

ବେଙ୍ଗାଲୁରୁ: ଏହା ଏକ ଛୋଟ ଘଟଣା। ଜାଣିଶୁଣି ବଡ଼ କରାଯାଉଛି। ଛାତ୍ରଙ୍କୁ କଲେଜ ପ୍ରଫେସର କସାବ ସହ ତୁଳନା କରିବା ଘଟଣାକୁ ନେଇ ଏଭଳି କହିଲେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ବିିସି ନାଗେଶ। ଶୁକ୍ରବାର ଦିନ ଉଡୁପିସ୍ଥିତ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏହି ଘଟଣା ଘଟିଥିଲା। ପ୍ରଫେସରଜଣକ ଛାତ୍ରଙ୍କୁ ତାଙ୍କ ନାଁ ପଚାରିଥିଲେ ଏବଂ ଛାତ୍ରଜଣକ ନାଁ କହିବା ପରେ ମୁସଲମାନ ବୋଲି ଶୁଣି ତାଙ୍କୁ ପରିହାସ କରିଥିଲେ। ପ୍ରଫେସର କହିଥିଲେ, “ଓ, ତୁମେ କସାବ ପରି!”।

ଏହି ଘଟଣାକୁ ନେଇ ବିିସି ନାଗେଶ କହିଛନ୍ତି ଯେ, “ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ। ଶିକ୍ଷକ ଆତଙ୍କବାଦୀଙ୍କ ନାଁ ସହ ଛାତ୍ରର ନାଁକୁ ତୁଳନା କରିବା ଉଚିତ୍ ନଥିଲା। କିନ୍ତୁ ମୁଁ ଅନୁଭବ କରୁଛି ଯେ ଏହା ଏକ ଗମ୍ଭୀର ବିଷୟ ନୁହେଁ କାରଣ, ଅନେକ ଥର ଆମେ ଛାତ୍ରମାନଙ୍କୁ ‘ରାବଣ’ ଏବଂ ଶକୁନି ବୋଲି କହିଥାଉ। ଏହା ଏକ ଗମ୍ଭୀର ବିଷୟ ନୁହେଁ। ହେଲେ ସରକାର ଏହାକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତଥାପି ମୁଁ ବୁଝିପାରୁ ନାହିଁ ଯେ କାହିଁକି କିଛି ନାଁକୁ ନେଇ କୁହାଯାଇଥିବା କଥାକୁ ଜାତୀୟ ପ୍ରସଙ୍ଗ କରାଯାଉଛି”।

ଉଲ୍ଲେଖଯୋଗ୍ୟ, ପ୍ରଫେସରଜଣକ ଛାତ୍ରଙ୍କୁ ତାଙ୍କ ନାଁ ପଚାରିଥିଲେ ଏବଂ ଛାତ୍ରଜଣକ ନାଁ କହିବା ପରେ ମୁସଲମାନ ବୋଲି ଶୁଣି ତାଙ୍କୁ ପରିହାସ କରିଥିଲେ। ପ୍ରଫେସର କହିଥିଲେ, “ଓ, ତୁମେ କସାବ ପରି!”।

ତେବେ ପ୍ରଫେସରଙ୍କଠାରୁ ଏଭଳି ଶୁଣି ଛାତ୍ରଜଣକ କହିଥିଲେ ଯେ, ମୋତେ ଆତଙ୍କବାଦୀଙ୍କ ସହ ତୁଳନା କରି ମୋ ଧର୍ମକୁ ଅପମାନିତ କରାଯାଇଛି।୨୬/୧୧ରେ ଘଟିଥିବା ଘଟଣା ଖୁସିର ବିଷୟ ନଥିଲା। ଏହି ଦେଶରେ ମୁସଲମାନ ହେବା ଏବଂ ପ୍ରତିଦିନ ଏହି ସବୁ ସାମ୍ନା କରିବା ସହଜ ନୁହେଁ, ସାର୍। ଆପଣ ମୋର ଧର୍ମକୁ ନେଇ ଥଟ୍ଟା କରିପାରିବେ ନାହିଁ, ତାହା ମଧ୍ୟ ଏପରି ଅପମାନଜନକ ଢ଼ଙ୍ଗରେ।”

ଛାତ୍ରଜଣକ ଏଭଳି ରାଗିଯିବାରୁ ପ୍ରଫେସର କହିଥିଲେ ଯେ, ତୁମେ ମୋ ପୁଅ ଭଳି। ଏହା ଶୁଣି ଛାତ୍ରଜଣକ କହିଥିଲେ, “ଆପଣ ଆପଣଙ୍କ ପୁଅ ସହିତ ଏଭଳି କଥାବାର୍ତ୍ତା କରିବେ କି? ଆପଣ ତାଙ୍କୁ ଆତଙ୍କବାଦୀ ନାଁରେ ଡାକିବେ କି?” ଉତ୍ତରରେ ପ୍ରଫେସର ନାଁ କହିବାରୁ ଛାତ୍ରଜଣକ କହିଥିଲେ, “ତା’ହେଲେ ଏତେ ପିଲାଙ୍କ ସାମ୍ନାରେ ଆପଣ ମୋତେ କସାବ ସହ କିଭଳି ତୁଳନା କରିପାରିଲେ? ଆପଣ ଜଣେ ପେସାଦାର ପ୍ରଫେସର, ଆପଣ ଶିକ୍ଷାଦାନ କରୁଛନ୍ତି। କ୍ଷମା ମାଗିଲେ ଆପଣ ଚିନ୍ତାଧାରା ବଦଳିଯିବ ନାହିଁ।

ସମ୍ବନ୍ଧିତ ଖବର