ମହିଳା ଏବଂ ପୁରୁଷଙ୍କର ଭିନ୍ନ ଶାରୀରିକ ଆବଶ୍ୟକତା ରହିଛି। ଏକଥା ଆମେ ସମେସ୍ତ ଜାଣନ୍ତି। ନିକଟରେ ଇଂଲଣ୍ଡରେ ଏ ନେଇ ଏକ ଗବେଷଣା ହୋଇଥିଲା। ଗବେଷଣାରୁ ଜାଣିବାକୁ ମିଳିଛି ଯେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ଶରୀର ପାଇଁ ଅଧିକ ନିଦ୍ରା ଆବଶ୍ୟକ କରିଥାଏ। ତାହାର କାରଣ ହେଉଛି ଥରେ ନିଦ ଭାଙ୍ଗିବା ପରେ ଜଣେ ପୁରୁଷର ମସ୍ତିଷ୍କ ଆପେକ୍ଷା ମହିଳାର ମସ୍ତିଷ୍କ ଜୋର୍ କାମ କରିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ନ୍ୟାସନାଲା ସ୍ଲିପ୍ ଫାଉଣ୍ଡେସନ୍ ପକ୍ଷରୁ ଜାଣିବାକୁ ମିଳିଛି ଯେ ଜଣେ ପୁରୁଷକୁ ଦୈନିକ ୬ ଘଣ୍ଟା ବିଶ୍ରାମ ଲୋଡା ହୋଇଥିବା ବେଳେ ମହିଳାଙ୍କୁ ୬ ଘଣ୍ଟା ୪୫ ମିିନିଟ୍ ଲୋଡ଼ା।
ମହିଳାଙ୍କ କ୍ଷେତ୍ରରେ ହର୍ମୋନାଲ୍ ଅସନ୍ତୁଳନ ବେଶି ଦେଖା ଦେଇଥାଏ। ମହିଳାଙ୍କର ମାସିକ ଧର୍ମ, ପ୍ରସବ ଆଦି ସମସ୍ୟା ରହିଥିବା ହେତୁ ସେମାନଙ୍କ ଶରୀର ପାଇଁ ଅଧିକ ବିଶ୍ରାମ ଲୋଡ଼ା ହୋଇଥାଏ।
ମହିଳାମାନେ ନିଜକୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ କରିନଥାନ୍ତି। ସେମାନେ ବିଭିନ୍ନ ଧରଣର କାର୍ଯ୍ୟ କରୁଥିବାରୁ ତାଙ୍କ ମସ୍ତିଷ୍କ ଖୁବ୍ ଚଳଚଞ୍ଚଳ ରହିଥାଏ। ତେଣୁ ମହିଳାଙ୍କୁ ବିଶ୍ରାମ ଅଧିକ ଲୋଡ଼ା ହୋଇଥାଏ।
ଖୁବ୍ କମ୍ ଶୋଉଥିବା ମହିଳାଙ୍କ ଭିତରେ ଓଜନ ବଢ଼ିବାର ସମ୍ଭାବନା ଖୁବ୍ ବେଶି। ଓଜନକୁ ଶନ୍ତୁଳନରେ ରଖିବା ପାଇଁ ଖୁବ୍ ବେଶି କି ଖୁବ୍ କମ୍ ନଶୋଇ ଆବଶ୍ୟକୀୟ ପରିମାଣର ନିଦ୍ରା ଉଚିତ ହୋଇଥାଏ।
ମହିଳାଙ୍କୁ ମସ୍ତିଷ୍କରୁ ପୁରୁଷଙ୍କ ଅପେକ୍ଷା ଅଧିକା ରକ୍ତ କ୍ଷରଣ ହୋଉଥାଏ। ସେମାନେ ଅଧିକ ଭାବପ୍ରବଣ ଏବଂ ଆଶାବାଦୀ ହୋଇଥିବାରୁ ଶରୀରକୁ ଅଧିକ ବିଶ୍ରାମ ନିହାତି ଜରୁରୀ ହୋଇଥାଏ।