ନୂଆ ବାହା ହୋଇଛନ୍ତି କି ? ପତ୍ନୀଙ୍କୁ କୁହନ୍ତୁ ନାହିଁ ଏହି ୫ଟି କଥା!

ସାଧାରଣ ଭାବେ ନବବିବାହିତ ଯୁବକଙ୍କ ଲାଗି ପତ୍ନୀ ହେଉଛନ୍ତି ଦୁନିଆରି ସବୁଠାରୁ ପ୍ରିୟ ମଣିଷ। ତାଙ୍କ ସହିତ ନିଜର ସୁଖ ଦୁଃଖ ବାଣ୍ଟିବାକୁ ଉଚିତ୍‌ ମଣନ୍ତି। ମାତ୍ର ବାସ୍ତବ କଥା ହେଉଛି ପତ୍ନୀଙ୍କୁ ସବୁ କଥା କହିବା ବେଳେ ବେଳେ ଅସୁବିଧାରେ ପକାଏ । ପତ୍ନୀଙ୍କ ସହ କପଟତା ଅଚରଣ କରନ୍ତୁ ନାହିଁ; କିନ୍ତୁ ସଂପର୍କ ଗଢ଼ିଉଠିବା ପର୍ଯ୍ୟନ୍ତ କିଛି କଥାରେ ସଂଜମତା ଅବଲମ୍ବନ କରନ୍ତୁ। ତେବେ, ନିମ୍ନରେ ଆଲୋଚ୍ୟ କଥାଗୁଡ଼ିକୁ ଭୁଲ୍‌ରେ ବି ନବବିବାହିତା ପତ୍ନୀଙ୍କୁ କହନ୍ତୁ ନାହିଁ।

ସବୁ ପୁରୁଷଙ୍କ ଭଳି ଦରମା କହିବାକୁ ପଛାଇ ପାରନ୍ତି : ପତ୍ନୀଙ୍କ ସମସ୍ତ ଅବାଶ୍ୟକତା ପୂରଣ କରିବା ଆପଣଙ୍କ ଧର୍ମ। ମାତ୍ର ମନେରଖନ୍ତୁ ଦିନକୁ ୩ ଥର ମାଛ ଖୁଆନ୍ତୁ ପଛେ ପୋଖରୀ ଜମା ବି ଦେଖାନ୍ତୁ ନାହିଁ। ମହିଳାଙ୍କର ଅର୍ଥ ପ୍ରତି ଟିକେ ଦୁର୍ବଳତା ଥାଏ। ତେଣୁ ଆବଶ୍ୟକ ପଡ଼ିଲେ ସେ ଟଙ୍କା ପାଇଁ ଆପଣଙ୍କ ପରିବାରକୁ ମଧ୍ୟ ଅଣଦେଖା କରିପାରନ୍ତି।

videoblocks.com

ପୁରୁଣା ପ୍ରେମ ବିଷୟରେ କହିବା ସମିଚୀନ ହୋଇ ନ ପାରେ : ଯଦି ଆପଣଙ୍କର ପୂର୍ବରୁ କାହା ସହ ସଂପର୍କ ଅଛି ଭୁଲ୍‌ରେ ବି ପ୍ରକାଶ କରନ୍ତୁ ନାହିଁ। ଶୁଣିବା ସମୟରେ ସେ ହୁଏତ ସମବେଦନା ପ୍ରଦର୍ଶନ କରିପାରନ୍ତି ମାତ୍ର ଜୀବନ ସାରା ସେ ଆପଣଙ୍କୁ ଆପଣଙ୍କ ପୂର୍ବ ପ୍ରୀତି ମନେ ପକାଇ ଖୁଣ୍ଟା ଦେଇ ପାରନ୍ତି।

wikihow.it

ନିଜର ପ୍ରିୟ ମଣିଷଙ୍କ ବିଷୟରେ ଭାବିଚିନ୍ତି କହନ୍ତୁ : ଆପଣ ଜୀବନରେ କାହାକୁ ବେଶି ଭଲପାଆନ୍ତି ତାହା ପତ୍ନୀଙ୍କ ସମ୍ମୁଖରେ ଆଦୌ ପ୍ରକାଶ କରନ୍ତୁ ନାହିଁ। ସେ ଆପଣଙ୍କ ବାପାମାଆ ହୁଅନ୍ତୁ ପଛେ। ଈର୍ଷା ନାରୀର ଏକ ଗୁଣ; ତେଣୁ ତାଙ୍କ ସ୍ୱାମୀ ତାଙ୍କ ଠାରୁ ବେଶି ଆଉ କାହାକୁ ଭଲପାଆନ୍ତି ସେ କଥା ସେ ଆଦୌ ଗ୍ରହଣ କରିପାରିବେ ନାହିଁ।

ନିଜର ଦୁର୍ବଳତା କଥା କହିବା ସ୍ପୃହଣୀୟ ନୁହେଁ: ନାନା କଥା କହି ପତ୍ନୀଙ୍କ ସହ ମଜା କରନ୍ତୁ ମାତ୍ର ନିଜର ଦୁର୍ବଳତା ଆଦୌ ପ୍ରକାଶ କରନ୍ତୁ ନାହିଁ। ସଂପର୍କରେ ସବୁବେଳେ ମିଠାପଣ ରହେ ନାହିଁ; ସାମାନ୍ୟ ଝଗଡ଼ା ହେଲେ ସେ ଆପଣଙ୍କ ଦୁର୍ବଳତା ନେଇ ଆପଣଙ୍କୁ ସମାଲୋଚନା କରିପାରନ୍ତି।

 

ସମ୍ବନ୍ଧିତ ଖବର