ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି କଥାକୁ ନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଆଗକୁ ବଢ଼ିବାରେ ବାଧା ଆସିବ। ବ୍ୟର୍ଥ କଥାଠୁଁ ନିଜକୁ ଦୂରରେ ରଖନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ। ‌

ବୃଷ: ରଚନାତ୍ମକ କାର୍ଯ୍ୟରେ ସମୟ କାଟିପାରନ୍ତି। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଅଚାନକ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ‌

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ବଢ଼ିଆ ସୁଯୋଗ ମିଳିବ। ଶତ୍ରୁ ଓ ବିରୋଧୀମାନେ କ୍ଷତି କରିପାରନ୍ତି। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ‌

କର୍କଟ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ନ୍ତୁ। ଲୋକମାନଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନ‌ାହିଁ।

ସିଂହ: ଆର୍ଥିକ ପକ୍ଷ ବହୁତ ଭଲ ରହିବ। ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ରହିଛି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ।‌

କନ୍ୟା: ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିବ। କାର୍ଯ୍ୟ ସମ୍ପର୍କିତ ଯାତ୍ରା ସୁବିଧାଜନକ ହେବାର ଆଶା କମ୍। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ‌

ତୁଳା: ଆପଣଙ୍କ ସାହସ ଓ ଦକ୍ଷତା ଅନ୍ୟମାନଙ୍କ ଠାରୁ ଭିନ୍ନ ଅନୁଭୂତ ହେବ। କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ପ୍ରେମ ଜୀବନ ଭଲ ରହିବ।‌

ବିଛା: ଅନ୍ୟମାନଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ। ସବୁ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ହେବ। ଛାତ୍ରଙ୍କୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ।‌

ଧନୁ: ଦୁର୍ବଳ ଇଚ୍ଛାଶକ୍ତି ଯୋଗୁଁ ଆପଣଙ୍କୁ ମାନସିକ ଅଶାନ୍ତି ଗ୍ରାସ କରିପାରେ। ଆପଣଙ୍କର ତର୍କ ଶକ୍ତିକୁ ମଜଭୁତ କରି ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ।

ମକର: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନଙ୍କ ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ। ଛାତ୍ରଙ୍କୁ ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ।

କୁମ୍ଭ: ଅଧିକ ପରିଶ୍ରମ କଲେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ଡାକ୍ତରଙ୍କର ଖ୍ୟାତି ସୁଦୂରପ୍ରସାରୀ ହେବ। ସମ୍ବନ୍ଧରେ ନୂତନତା ଆସିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ।

ମୀନ: ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ଅଧିକ ସଫଳତା ପାଇବା ପାଇଁ ଉଦ୍ୟମ ଜାରି ରଖନ୍ତୁ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ଫିଲ୍ମରେ ସୁଯୋଗ ମିଳିପାରେ।

ସମ୍ବନ୍ଧିତ ଖବର