ବାବା ସାହେବଙ୍କ ୧୩୨ତମ ଜୟନ୍ତୀ

ଜଟଣୀ: ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇଠାରେ ଜଟଣୀ ଆମ୍ବେଦକର ରାଇଟ୍ ଗ୍ରୁପ୍ ଅଫ୍ ଅର୍ଗାନାଇଜେସନ୍ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥିଭାବେ ଅଭିରାମ ମଲ୍ଲିକ, ବିଜୟ ଭୋଇ, ବିଭ୍ରାନ୍ତ ମଲ୍ଲିକ, ବେବିନା ସାମଲ, ପ୍ରଭାସ କାଣ୍ଡି, ବିପିନି ସୁନ୍ଦରାୟ, ଭିକ୍ଷାକାରୀ ନାହକ, ଆଇନଜୀବୀ ବସନ୍ତ କୁମାର ନାୟକ, ପୂର୍ବତନ ସରପଞ୍ଚ ମହମ୍ମଦ ଅବ୍ରାର ପ୍ରମୁଖ ଯୋଗଦେଇ ସମ୍ବିଧାନ ପ୍ରଣେତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମକୁ ତରାବୋଇ କ୍ଲବ ପକ୍ଷରୁ ସଭାପତି ମାଧବ ନାୟକ, ଉପ ସଭାପତି ଅଇମ ମହମ୍ମଦ, ସମ୍ପାଦକ ପ୍ରଦୀପ ବେହେରା, ପ୍ରତାପ ବେହେରା, ପ୍ରସନ୍ନ କାଣ୍ଡି, ସୌମ୍ୟ ସନ୍ତୋଷ, ରବୀନ୍ଦ୍ର ବେହେରା, ପ୍ରଭାତ ନାୟକ, ବିଜୟ ବେହେରା, ସଞ୍ଜୟ ବେହେରା, ଉଗ୍ରସେନ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର