ଅନ୍‌ଲାଇନ୍‌ରେ ହୋଲଡିଂ ଟ୍ୟାକ୍ସ ଦେବା ସହ ଟ୍ରେଡ଼ ଲାଇସେନ୍ସ ପାଇଁ ଆବେଦନ କରିପାରିବେ: ବିଏମ୍‌ସି କମିସନର

ଭୁବନେଶ୍ବର: ରାଜ୍ୟ ତଥା ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଲୋକ ଏବେ ଅନ୍‌ଲାଇନ୍‌ରେ ହୋଲଡିଂ ଟ୍ୟାକ୍ସ ଦେବା ସହ ଟ୍ରେଡ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଏହାକୁ ନବୀକରଣ ମଧ୍ୟ କରି ପାରିବେ। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନର ବିଜୟ ଅମୃତ କୁଲାଙ୍ଗେ ଏହା କହିଛନ୍ତି।

ଶ୍ରୀ କୁଲାଙ୍ଗେ କହିଛନ୍ତି ଯେ, ଅଫ୍‌ଲାଇନ ମୋଡ଼ରେ ଯେଉଁ ସର୍ଭିସ ଜାରି ଥିଲା ଅଥବା ରାଜସ୍ବ ଆଦାୟ ହେଉଥିଲା, ତାହା ଏବେ ଅନ୍‌ଲାଇନ ମଧ୍ୟରେ କରାଯାଉଛି। ବିଶେଷ କରି ହୋଲଡିଂ ଟ୍ୟାକ୍ସ, ଟ୍ରେଡ ଲାଇସେନ୍ସ ଆବେଦନ ଓ ଅନ୍ୟାନ୍ୟ ଟ୍ୟାକ୍ସ ଅନ୍‌ଲାଇନରେ ଦେଇପାରିବେ। ଅଧିକରୁ ଅଧିକ ଲୋକ କିପରି ଅନ୍‌ଲାଇନରେ ଟ୍ୟାକ୍ସ ଦେଇପାରିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ସଚେତନ କରାଯାଉଛି। ୫ଟି ଆଧାରରେ ଏହି ସେବାକୁ ଅଧିକ ରୂପାନ୍ତରିତ କରିବା ପାଇଁ ଅନ୍‌ଲାଇନ ସେବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଅନ୍‌ଲାଇନ ମୋଡ଼ରେ ସମସ୍ତ ସର୍ଭିସ ଯୋଗାଇ ଦିଆଯାଉଛି। ସମସ୍ତେ ଅନ୍‌ଲାଇନ ମାଧ୍ୟମରେ ଏହି ସେବା ପାଇ ପାରିବେ। ଏଥିପାଇଁ ପିଓଏସ୍‌ ମେସିନ ରହିଛି। ପିଓଏସ୍‌ ମେସିନ ମାଧ୍ୟମରେ ମଧ୍ୟ ବିଭିନ୍ନ ସର୍ଭିସ ପାଇ ପାରିବେ। ଏହା ସହ ଆପ ମାଧ୍ୟମରେ ବା www.bhubaneswar.me ଲଗ୍‌ଇନ କରି ଅନ୍‌ଲାଇନ ସର୍ଭିସ ପାଇ ପାରିବେ।

ସମ୍ବନ୍ଧିତ ଖବର