ଆଇଟିଆଇ କାର୍ନିଭାଲ୍ ୨୦୨୦ ଉଦ୍‌ଘାଟିତ

ଖଣ୍ଡଗିରି: ଶୁକ୍ରବାର ତମାଣ୍ଡୋ କ୍ରିକେଟ୍ କ୍ଲବ ଖେଳପଡ଼ିଆରେ ଷ୍ଟେଟ୍ ପ୍ରାଇଭେଟ୍‌ ଆଇଟିଆଇ ଆସୋସିଏସନ୍ ପକ୍ଷରୁ କାର୍ନିଭାଲ୍‌-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ପୁରୀ, ଖୋର୍ଧା ଓ ନୟାଗଡ଼ରୁ ପ୍ରାୟ ୨୫ଟି ଘରୋଇ ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି। ୪ ଦିନିଆ ଏହି କାର୍ଯ୍ୟକ୍ରମ ୧୭ ତାରିଖ ଦିନ ଉଦ୍‌ଯାପିତ ହେବ ଓ ଏହା ମଧ୍ୟରେ ଛାତ୍ରଛାତ୍ରୀମାନେ କ୍ରିକେଟ୍ ସହିତ ଅନ୍ୟାନ୍ୟ ଖେଳକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଆଜି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ବିଜେପି ରାଜ୍ୟ ସଭାପତି ସମୀର ରଂଜନ ମହାନ୍ତି, ସିଭିରମଣ ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ଇଂ. ସଂଜୀବ କୁମାର ରାଉତ, ଖୋର୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଲଳି‌ତେନ୍ଦୁ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଆସୋସିଏସନ୍‌ର ସଭାପତି ଅରୁଣ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଇଂ. ଦେବାଶିଷ ଆଚାର୍ଯ୍ୟ, କାର୍ଯ୍ୟକର୍ତ୍ତା ଶ୍ରୀନିବାସ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର