ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ

ପୁରୁଣା ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ୍‌ ଅଭିଯୋଗରେ ଏୟାରଫିଲଡ୍‌ ଥାନା ପୁଲିସ୍‌ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, କାଳନ୍ଦୀ ସେଠୀ(୨୬)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁହା ଗ୍ରାମର ମଣ୍ଟୁ ସେଠୀ ନାମକ ଯୁବକଙ୍କ ସହ କାଳନ୍ଦୀର ବିବାଦ ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଏଥିରେ ରାଗିଯାଇ କାଳନ୍ଦୀ ଏକ ପଥରରେ ମଣ୍ଟୁଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଏ ସଂପର୍କରେ ମୁଣ୍ଟୁ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର