ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାଙ୍କୁ ମାଗଣାରେ ପଢ଼ାଇବ ରୟାଲ୍‌ ଗ୍ରୁପ୍ ଅଫ୍‌ ଇନଷ୍ଟିଚ୍ୟୁଟ୍‌

ଭୁବନେଶ୍ବର: ବାହାନଗା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତଙ୍କ ପରିବାରର ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବ ରୟାଲ୍ ଗ୍ରୁଫ୍‌ ଅଫ୍‌ ଇନଷ୍ଟିଚ୍ୟୁଟ୍‌। ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୀଡ଼ିତଙ୍କ ପରିବାରର ପିଲାମାନଙ୍କୁ ଭୁବନେଶ୍ବରର ରୟାଲ୍ କଲେଜ୍ ଅଫ୍ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ଓ ରୟାଲ୍ ପବ୍ଲିକ୍ ସ୍କୁଲ ଏବଂ ବାଲେଶ୍ବରର ରୟାଲ ହାଇସ୍କୁଲ ଓ ରୟାଲ୍ ପବ୍ଳିକ୍ ସ୍କୁଲରେ ମାଗଣାରେ ପଢ଼ାଯିବ।

ଦୁର୍ଘଟଣାରେ ଉଭୟ ପିତାମାତା କିମ୍ବା ସେମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲାମାନେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କଲେ, ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ସେମାନଙ୍କ ଯୋଗ୍ୟତା ଅନୁସାରେ ମାଗଣାରେ ପାଠପଢ଼ା ସହ ରହିବା ଓ ଖାଇବା ପିଇବାର ବ୍ୟବସ୍ଥା କରାଯିବ। ଆଗ୍ରହୀ ପୀଡ଼ିତ ପରିବାରମାନେ ଅନୁଷ୍ଠାନ ସହ ଏନେଇ ଯୋଗାଯୋଗ କରିପାରିବେ ବୋଲି ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଡ. ବିଷ୍ଣୁମୋହନ ମହାନ୍ତି କହିଛନ୍ତି। ଏହି ଅବସରରେ ଅନୁଷ୍ଠାନର ଉପାଧ୍ୟକ୍ଷ ମିଲନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର