ପ୍ରଭୁ ରାମଙ୍କ ମୂର୍ତ୍ତି ଚୋରାଇ ନେଇଥିବା ଚୋର ଫେରାଇବା ପାଇଁ ନିଜେ ଆସିଲା, କହିଲା-ଚୋରି କରିବା ପରେ ଏଭଳି ଭୟଙ୍କର ସ୍ୱପ୍ନ ଆସିଥିଲା

ଅଯୋଧ୍ୟା: ଅଯୋଧ୍ୟାରେ ଚୋରି ହୋଇଥିବା ମୂଲ୍ୟବାନ ଅଷ୍ଟଧାତୁରେ ନିର୍ମିତ ପ୍ରଭୂ ରାମଙ୍କ ମୂର୍ତ୍ତି ମିଳି ଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଭୂ ରାମଙ୍କ ମୂର୍ତ୍ତିକୁ ଚୋରି କରିଥିବା ଚୋର ନିଜେ ମୂର୍ତ୍ତିକୁ ଫେରାଇବା ପାଇଁ ମନ୍ଦିରରେ ଆସି ପହଞ୍ଚିଥିଲା। ଚୋର ଅଜୟଙ୍କ କହିବାନୁସାରେ, ଯେବେଠାରୁ ସେ ପ୍ରଭୂ ରାମଙ୍କ ମୂର୍ତ୍ତି ଚୋରି କରିଛି, ସେବେଠାରୁ ତା’  ମନରେ ଏକ ଅଦ୍ଭୁତ ଅନୁଭବ ଆସିବା ସହିତ ରାତିରେ ଭୟଙ୍କର ସ୍ୱପ୍ନମାନ ଦେଖୁଥିଲା। ଏସବୁ ପରେ ସେ ମୂର୍ତ୍ତିକୁ ନିଜ ପାଖରେ ରଖି ନପାରି ନିିଜେ ଯୁଗଳ ମାଧୁରି କୁଞ୍ଜ ମନ୍ଦିରରେ ପହଞ୍ଚି ମନ୍ଦିର ପୂଜାରିଙ୍କୁ ଭଗବାନ ରାମଙ୍କ ମୂର୍ତ୍ତି ଦେଇଥିଲା। ମୂର୍ତ୍ତି ଦେବା ପରେ ତାର ଶରୀରର କଷ୍ଟତ ଦୂର ହୋଇଗଲା। କିନ୍ତୁ ସେ ପୁଲିସ ହାତରେ ଧରାପଡ଼ିଗଲା। ପୁଲିସ ଚୋର ଅଜୟ ଶୁକ୍ଳକୁ ଗିରଫ କରି ଜେଲ ପଠାଇ ଦେଇଛି।

ଭଗବାନ ରାମଙ୍କ ନଗରି ଅଯୋଧ୍ୟାରେ ମଇ ୨୭ ତାରିଖ ଦ୍ୱିପହରରେ ରାମଙ୍କ ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଯାଇଥିଲା। ରାମଙ୍କ ଜନ୍ମଭୂମି ନିକଟସ୍ଥ ସବୁଠାରୁ ସୁରକ୍ଷିତ ସ୍ଥଳରୁ ଯୁଗଳ ମାଧୁରୀ କୁଞ୍ଜ ମନ୍ଦିରରୁ ଠାକୁରଙ୍କ ମୂର୍ତ୍ତି ଚୋରି ହେବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ରହିଥିଲା। ଏହାପରେ ମନ୍ଦିର ପରିସରରେ ପୁଲିସ ନିୟୋଜିତ ରହିଥିଲା। ଏହି ସମୟରେ ଚୋରି କରିଥିବା ଚୋର ମୂର୍ତ୍ତିକୁ ଧରି ମନ୍ଦିର ପୂଜାରୀକୁ ଦେବା ପାଇଁ ଆସିଥିଲା। ପ୍ରଭୂ ରାମଙ୍କ ମୂର୍ତ୍ତି ମିଳିବା ପରେ ଭକ୍ତଙ୍କ ମନରେ ଖୁସିର ଲହରି ଖେଳି ଯାଇଥିଲା। ତେବେ ମନ୍ଦିର ପରିସରରେ ନିୟୋଜିତ ଥିବା ପୁଲିସ ଚୋର ଅଜୟକୁ ସଙ୍ଗେସଙ୍ଗେ ଗିରଫ କରି ନେଇଥିଲା।

ସମ୍ବନ୍ଧିତ ଖବର