ଏହି ଧନତେରସରେ ଘରେ ବସି ୧ ଟଙ୍କାରେ କିଣନ୍ତୁ ସୁନା

ମୁମ୍ବାଇ: ଧନତେରସରେ ସୁନା, ରୁପା କିଣିବାକୁ ଅତ୍ୟନ୍ତ ଶୁଭ ମନା ଯାଇଥାଏ। ପ୍ରତିବର୍ଷ ଧନତେରସରେ ସେହି କାରଣରୁ ଖୁବ୍‌ ଅଧିକ ସୁନା ବିକ୍ରି ହୋଇଥାଏ। ଏ ବର୍ଷ ବି ଅଧିକ ସୁନା ବିକ୍ରି ହେବାର ଆଶା ରହିଛି। ୨ ବର୍ଷ କରୋନା ପାଇଁ ଅନେକ କଟକଣା ରହିଥିବା ହେତୁ ପର୍ବପର୍ବାଣି ସବୁ ମାନ୍ଦା ହୋଇ ଯାଇଥିଲା। ଏଥର କିନ୍ତୁ ଲୋକେ ଦୀପାବଳିକୁ ଖୁବ୍‌ ଧୁମ୍‌ଧାମ୍‌ରେ ମନାଇବେ।

ଏହି ଅବସରରେ ପେଟିଏମ୍‌ ବ୍ୟବହାରକାରୀମାନଙ୍କ ପ‌ାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ପେଟିଏମ୍‌ ବ୍ୟବହାରକାରୀମାନେ ମାତ୍ର ୧ ଟଙ୍କା ପୈଠ କରି ଅନ୍‌ଲାଇନ୍‌ରୁ ସୁନା କିଣିପାରିବେ। ଅନ୍‌ଲାଇନ୍‌ରୁ ସୁନା କିଣିବା ଖୁବ୍‌ ସହଜ ଓ ଆପଣ ଯେବେ ବି ଚାହିଁବେ ଘରେ ବସି ସୁନା କିଣିପାରିବେ।

ତେବେ ଚାଲନ୍ତୁ ଜାଣିବା କେଉଁଠି ବିକ୍ରି ହେଉଛି ୧ ଟଙ୍କାରେ ସୁନା ଓ ତାହାକୁ ଆମେ କିପରି କିଣିବା। ଯଦି ଆପଣ ପେଟିଏମ୍‌ ବ୍ୟବହାରକାରୀ ତ ଆପଣ ୧ ଟଙ୍କା ଦେଇ ସୁନା କିଣିପାରିବେ। ପେଟିଏମ୍‌ ଖୋଲିବା ପରେ ଗୋଲ୍‌ଡ ଲେଖି ସର୍ଚ କରିବେ। ତାହା ପରେ ଏଠାରେ କ୍ଲିକ୍‌ କରି ଆପଣ ଯେତେ ଇଚ୍ଛା ସେତେ ସୁନା କିଣିପାରିବେ।

ଯଦି ଆପଣ ପେଟିଏମ୍‌ରୁ ୧ ଟଙ୍କାର ସୁନା କିଣିବାକୁ ଚାହାନ୍ତି ତ ଆପଣଙ୍କୁ ମିଳିବ ୦.୦୦୦୧ ଗ୍ରାମ୍‌ ସୁନା‌। ଯାହା ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗିବା ପରେ ଆପଣଙ୍କୁ ଦେବାକୁ ପଡ଼ିବ ୧.୦୪ ଟଙ୍କା। ସେହିପରି ଆପଣ ୧୦୦୧ ଟଙ୍କାର ସୁନା କିଣିଲେ ଆପଣଙ୍କୁ ମିଳିବ ୦.୧୯୪୪।

ସମ୍ବନ୍ଧିତ ଖବର