ଡ଼ିସେମ୍ବର ୧୩ରେ ଧୋନି ଅବସର ନେବ !

ମୋହାଲି: ବର୍ତ୍ତମାନ ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ ଟେଷ୍ଟ ବିଶିଷ୍ଟ ସିରିଜର ଶେଷ ମ୍ୟାଚ୍‌ ନୂଆଦିଲ୍ଲୀରେ ଖେଳୁଛି। ଏହାପରେ ଶ୍ରୀଲଙ୍କା ସହ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଡିସେମ୍ବର ୧୩ ତାରିଖ ଦିନ ମୋହାଲିଠାରେ ଖେଳାଯିବ। ଏହି ମ୍ୟାଚ୍‌ ଅବସରରେ ଧୋନିଙ୍କ ଖେଳ ଶେଷରେ ବିଦାୟ ସମ୍ବର୍ଦ୍ଧନା ଦିଆଯିବ। ଧୋନି ଅବସର ଗ୍ରହଣ କରିବେ।

ଏଠାରେ ସ୍ପଷ୍ଟ କରିଦେଉଛୁ କି, ଆମେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କଥା କହୁନାହୁଁ, ଆମେ କହୁଛୁ ଦୀର୍ଘ ୧୦ ବର୍ଷ ଧରି ମୋହାଲି ପୁଲିସ ସେବାରେ ରହିଥିବା ସ୍ନିଫର୍‌ ଡଗ୍‌ ଧୋନି ସଂପର୍କରେ। ମୋହାଲି ପୁଲିସର ଡଗ୍‌ ସ୍କାର୍ଡ଼ର ଅବିଚ୍ଛେଦ ଅଙ୍ଗ ରହି ଆସିଥିବା ଧୋନିକୁ ଡ଼ିସେମ୍ବର ୧୩ ତାରିଖ ଦିନ ସେବାମୁକ୍ତ କରାଯିବ। ମାତ୍ର ସାଢ଼େ ତିନି ବର୍ଷ ବୟସରେ ଲାବ୍ରାଡ଼ୋର୍‌ ପ୍ରଜାତିର ଏହି କୁକୁରଟି ମୋହାଲି ପୁଲିସ୍‌ ଡ଼ଗସ୍କ୍ଵାର୍ଡ଼ରେ ସାମିଲ୍‌ ହୋଇଥିଲା।

କେବଳ ଧୋନି ନୁହେଁ, ଆଉ ଦୁଇଟି ପୁଲିସ୍‌ କୁକୁର  ଜନ୍‌ ଏବଂ ପ୍ରୀତି ମଧ୍ୟ ସେଦିନ ସେବାମୁକ୍ତ ହେବେ। ଏମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି କୁକୁରପ୍ରେମୀଙ୍କ ଭିତରେ ଆଗ୍ରହ ଦେଖାଦେଇଛି।

ସମ୍ବନ୍ଧିତ ଖବର