ବିଶ୍ୱର ଏକମାତ୍ର ହାତଲେଖା ଖବର କାଗଜ

ଚେନ୍ନଈରୁ ପ୍ରକାଶିତ ଉର୍ଦୁ ଦୈନିକ ‘ଦ ମୁସଲମାନ’ ସମ୍ଭବତଃ ବିଶ୍ୱର ଏକମାତ୍ର ହାତଲେଖା ଖବରକାଗଜ। ଦୀର୍ଘ ଏକାନବେ ବର୍ଷ ଧରି ଏହା ନିିୟମିତ ପ୍ରକାଶ ପାଇଆସୁଛି। ଖଣ୍ଡେ କାଗଜର ମୂଲ୍ୟ ମାତ୍ର ପଞ୍ଚସ୍ତରି ପଇସା। ଦିଲ୍ଲୀ, କଲକାତା ସମେତ ସାରା ଦେଶରେ ଏହି କାଗଜର ଗ୍ରାହକ ଅଛନ୍ତି ଏବଂ ମୋଟ ପାଠକ ସଂଖ୍ୟା ଏକୋଇଶ ହଜାର। ବ୍ୟକ୍ତିଗତ କୋରିଅର୍‌ ସଂସ୍ଥା ଦ୍ୱାରା ଗ୍ରାହକମାନଙ୍କ ନିକଟକୁ ଖବରକାଗଜ ପଠାଯାଏ। ‘ଦ ମୁସଲମାନ’ର ପୃଷ୍ଠା ସଂଖ୍ୟା ଚାରି। ପ୍ରଥମ ପୃଷ୍ଠାରେ ଜାତୀୟ-ଅନ୍ତର୍ଜାତୀୟ ସ୍ତରର ମୁଖ୍ୟ ଖବର ପ୍ରକାଶ ପାଉଥିବାବେଳେ, ସଂପାଦକୀୟ ପାଇଁ ଦ୍ୱିତୀୟ ପୃଷ୍ଠା ଏବଂ ଅନ୍ୟ ଦୁଇ ପୃଷ୍ଠା ଆଞ୍ଚଳିକ ଖବର ପାଇଁ ଉଦ୍ଦିଷ୍ଟ।

WordPress.com

ଇଂରେଜୀ ଓ ଉର୍ଦୁ ଭାଷାରେ ବିଜ୍ଞାପନ ମଧ୍ୟ ପ୍ରକାଶ ପାଏ। ତେବେ, ଅନ୍ୟ ଖବରକାଗଜ ଭଳି ଏଥିରେ ପ୍ରତି ଦିନର ଘଟଣା, ଦୁର୍ଘଟଣା ସଂପର୍କିତ ଖବର ପ୍ରାୟ ଦେଖିବାକୁ ମିଳେନାହିଁ। କେବଳ ମତାମତଭିତ୍ତିକ ଦୀର୍ଘ ନିବନ୍ଧ ପ୍ରକାଶ ପାଏ। ପ୍ରତି ଦିନ ଅପରାହ୍ନ ଗୋଟାଏରେ ଖବରକାଗଜ ଛପାଯାଏ, ସନ୍ଧ୍ୟା ସୁଦ୍ଧା ପାଠକମାନେ ପଢ଼ିବାର ସୁଯୋଗ ପାଆନ୍ତି। ବର୍ତ୍ତମାନ ଏହି ଖବରକାଗର ସଂପାଦକ ଅଛନ୍ତି ସୟିଦ ଅରିଫୁହ୍ଲା। ତେରଟି ବିଷୟରେ ସେ ସ୍ନାତକ ଉପାଧିପ୍ରାପ୍ତ ଏବଂ ଗଲା ଦଶ ବର୍ଷ ହେଲା ସଂପାଦକ ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ତାଙ୍କ ବାପା ଓ ଜେଜେ ଏହାର ସଂପାଦକ ଥିଲେ। ଅରିଫୁହ୍ଲାଙ୍କ ଜେଜେ ସୟିଦ୍‌ ଆଜାତୁହ୍ଲାଙ୍କ ଦ୍ୱାରା ୧୯୨୭ରେ ‘ଦ ମୁସଲମାନ’ ଆତ୍ମପ୍ରକାଶ କରିଥିଲା। ତାଙ୍କର ଲକ୍ଷ୍ୟ ଥିଲା ଏହି କାଗଜ ମାଧ୍ୟମରେ ମୁସଲମାନମାନଙ୍କ ସ୍ୱରକୁ ଲୋକଙ୍କଠାରେ ପହଞ୍ଚାଇବା। ପ୍ରକାଶ ପାଇବା ଠାରୁ ଦିନଟିଏ ବି ଏ ଖବରକାଗଜର ପ୍ରକାଶନ ବନ୍ଦ ହୋଇନାହିଁ; ଏପରିକି ଦେଶ ବିଭାଜନ ସମୟରେ ନିୟମିତ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର