ହସ୍ପିଟାଲ୍‌କୁ ଯାଉଥିବା ମହିଳା ଓ କୁନି ଝିଅଙ୍କୁ ନିଜର ଫାଷ୍ଟ୍‍ କ୍ଲାସ୍‌ ବିମାନ ସିଟ୍‌ ପ୍ରଦାନ କଲେ ଅଜଣା ବ୍ୟକ୍ତି, ସୋସିଆଲ୍‌ ମିଡିଆରେ ମିଳିଲା ଧନ୍ୟବାଦ୍‌

ନୂଆଦିଲ୍ଲୀ: ବେଳେ ବେଳେ ଉଦାରତା ଜଣଙ୍କ ଭିତରୁ ବାହାରି ସାରା ଦୁନିଆର ପବନରେ ମିଶିଯାଏ। ଯାହାର ଫଳାଫଳକୁ ଦେଖି ହୁଏନି କି ଛୁଇଁ ହୁଏନି କେବଳ ଅନୁଭବ କରିହୁଏ। ସେପରି ଏକ ଉଦାର ବ୍ୟକ୍ତିଙ୍କ ବିଷୟରେ ଆଜି ଆଲୋଚନା କରିବା ଯାହାଙ୍କ ପରିଚୟ ଅସ୍ପଷ୍ଟ, ଉଦାରତା ସ୍ପଷ୍ଟ। ଏପରି ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ଗ୍ରହଣ କରିବା ପରେ ସୋସିଆଲ୍‌ ମିଡିଆ ଜରିଆରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଲ୍‌ସି ଜୁଇକ୍‌।

ଧନ୍ୟବାଦ୍‌ ଜଣାଇଥିବା ମହିଳା ଜଣକ ଓର୍‌ଲାଣ୍ଡରୁ ଫିଲି ଯାତ୍ରା କରୁଥାନ୍ତି। ମିହିଳାଙ୍କ ସାଙ୍ଗରେ ଥାଆନ୍ତି ତାଙ୍କ କୁନି ଝିଅ। କେଲ୍‌ସି ନିଜ ଝିଅଙ୍କ ସହ ହାତରେ ଏକ ଲଗେଜ୍‌, ଡାଇପର୍‌ ବ୍ୟାଗ୍‌ ଓ ଅକ୍ସିଜେନ୍‌ ମେସିନ ଧରି ବିମାନ ଭିତରେ ପ୍ରବେଶ କରି ସାରିଥାନ୍ତି। ସେହି ସମୟରେ କେହି ଜଣେ ସହୃଦୟ ବ୍ୟକ୍ତି ମହିଳା ଓ ତାଙ୍କ କୁନି ଝିଅକୁ ନିଜର ଫାଷ୍ଟ୍‍ କ୍ଲାସ୍‌ ସିଟ୍‌ ପ୍ରଦାନ କରିଛନ୍ତି ବୋଲି ବିମାନ କର୍ତ୍ତୃପକ୍ଷ ଆସି କେଲ୍‌ସିଙ୍କୁ ଜଣାଇଲେ।

ମହିଳା ଜଣକ ଆରମଦାୟକ ସିଟ୍‌ରେ ଯାତ୍ରା କରିବା ପରେ ଉକ୍ତ ମହାନ ବ୍ୟକ୍ତି ଜଣଙ୍କୁ ନିଜ ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ଧନ୍ୟବାଦ୍‌ ଜଣାଇଛନ୍ତି। ମହିଳା ଜଣକ ତାଙ୍କୁ ସେ ସମୟରେ ଭଲ ଭାବେ ଧନ୍ୟବାଦ୍‌ ଜଣାଇ ପାରିନଥିବାରୁ ସୋସିଆଲ୍‌ ମିଡିଆକୁ ମାଧ୍ୟମ କରି ସେହି ବ୍ୟକ୍ତିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମହିଳା ଜଣକ ନିଜ ଆକାଉଣ୍ଟରେ ଲେଖିଛନ୍ତି କି ‘ ଧନ୍ୟବାଦ୍‌ ଏଥିପାଇଁ ନୁହେଁ ଯେ ତୁମେ ଆମକୁ ତୁମର ଆରାମଦାୟକ ସିଟ୍‌ ପ୍ରଦାନ କରିଲ। ଏହା ଅନୁଭବ କରାଇବା ପାଇଁ ଯେ ଏବେ ବି ଦୁନିଆରେ ଦୟା, ଉଦାରତା ବଞ୍ଚି ରହିଛି। ମୋ ଝିଅ ବଡ଼ ହେଲେ ମୁଁ ଏ ବିଷୟରେ ତାକୁ ନିଶ୍ଚୟ କହିବି। ଏବେ ବି ଦୁନଆରେ ଭଲ ଲୋକ ଅଛନ୍ତି। ତୁମ ଉଦାରତାରୁ ମୁଁ ଯଥେଷ୍ଟ ପ୍ରେରଣା ପାଇଲି।’

ସମ୍ବନ୍ଧିତ ଖବର