ମହାକାଶରେ ଶୀଘ୍ର ନଷ୍ଟ ହୁଏ ନାହିଁ ମେଡିସିନ୍‌

ପୃଥିବୀ ଅପେକ୍ଷା ମହାକାଶରେ ମେଡିସିନ୍‌ ଶୀଘ୍ର ନଷ୍ଟ ହୁଏ ନାହିଁ। ନିକଟରେ ଏଭଳି କୌତୂହଳପୂର୍ଣ୍ଣ ତଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ବେଲାର୍‌ କଲେଜ ଅଫ୍‌ ମେଡିସିନ୍‌ର ବିଶେଷଜ୍ଞମାନେ। ସେମାନେ ମହାକାଶ ଓ ପୃଥିବୀପୃଷ୍ଠରେ ମେଡ଼ିସିନ୍‌ କିପରି ରହୁଛି ତାହା ଅନୁଧ୍ୟାନ କରିଥିଲେ। କେତେକ ମେଡିସିନ୍‌କୁ ଦୀର୍ଘ ୫୫୦ ଦିନ ମହାକାଶରେ ରଖିବା ପରେ ସେଗୁଡ଼ିକୁ ପୁଣିଥରେ ପୃଥିବୀକୁ ଆଣି ଗବେଷଣାଗାରରେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ସେଥିରୁ ଜାଣିବାକୁ ମିଳିଥିଲା ଯେ, କେତେକ ମେଡିସିନ୍‌ ଏକ୍ସପାଏରି ଡେଟ୍‌ ଅତିକ୍ରମ କରିସାରିଥିଲେ ମଧ୍ୟ ତାହାର ଗୁଣବତ୍ତା ନଷ୍ଟ ହୋଇ ନ ଥିଲା। ଏପରି କି ସେଗୁଡ଼ିକୁ ଖାଇଲେ ତାହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନଥାଏ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ପୃଥିବୀରେ ସୂର୍ଯ୍ୟାଲୋକ, ଆର୍ଦ୍ରତା ଓ ଅମ୍ଲଜାନ ସଂସ୍ପର୍ଶରେ ଆସିବା ଦ୍ୱାରା ମେଡିସିନ୍‌ ଶୀଘ୍ର ନଷ୍ଟ ହୋଇଯାଇଥାଏ।

ସମ୍ବନ୍ଧିତ ଖବର