ଅନେକ ଦିନର ଇଚ୍ଛାକୁ ସାନ ପୁଅ ବିବାହ ପୂର୍ବରୁ ପୁରଣ କଲେ ନୀତା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହର ପୂର୍ବ ପ୍ରସ୍ତୁତିକୁ ଖୁବ ଉତ୍ସାହର ସହ ପାଳନ କରାଯାଉଛି।  ଏହି କ୍ରମରେ ନୀତା ଅମ୍ବାନୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ କଥକ ନୃତ୍ୟ କରୁଥିବା ନଜର ଆସିଛନ୍ତି।

ନୀତା ଅମ୍ବାନୀ ନୃତ୍ୟ କଳାରେ ଖୁବ ନିଖୁଣ। ପ୍ରାୟତଃ ନୀତାଙ୍କୁ ଅମ୍ବାନୀ ପରିବାର କାର୍ଯ୍ୟରେ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥାଏ। ଏଥର ଯେତେବେଳେ କାର୍ଯ୍ୟକ୍ରମ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ରହିଛି ମା’ କେମିତି ଯେ ନିଜର ଇଚ୍ଛା ପୁରଣ କରିବେ ନାହିଁ। ନୀତା ‘ଯା ଦେବୀ ସର୍ବଭୁତେସୁ’ରେ କଥକ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

 

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ‘ବିଶ୍ୱମ୍ବରୀ ସ୍ତୁତି’ରେ ଏକ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ। ସେ ପିଲାଦିନରୁ ପ୍ରତ୍ୟେକ ନବତ୍ରୀରେ ଏହି ଭଜନ ଶୁଣି ଆସିଛନ୍ତି ।ଏହି ଭଜନରେ ସେ ନୃତ୍ୟ କରିବେ ବୋଲି ଅନେକ ଦିନରୁ ଇଚ୍ଛା ରଖିଥିଲେ। ଯାହାକି ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମରେ ତାଙ୍କର ପୂରା ହୋଇଛି।

ନୀତା ଯେପରି ଭକ୍ତିଭାବରେ ନାଚିଥିଲେ, ମନେହେଉଥିଲା କି ଅନନ୍ତ ଏବଂ ରାଧିକା ସର୍ବଦା ଏକାଠି ରହିବା ପାଇଁ ସେ ମାତା ଆମ୍ବେଙ୍କଠାରୁ ଆଶୀର୍ବାଦ ଲୋଡୁଛନ୍ତି।

ସମ୍ବନ୍ଧିତ ଖବର