ପ୍ରଚାର ପାଇଁ ପିଟିସନ ଦାଖଲ କରା ନଯାଉ: ଚାଷୀଙ୍କ ପ୍ରସଙ୍ଗରେ ଆଇନଜୀବୀଙ୍କୁ ଏସସିଙ୍କ ଭର୍ସନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ(ଏସସି) ଚାଷୀ ସଂଗଠନର ଦାବି ପ୍ରସଙ୍ଗକୁ ନେଇ ଦାଖଲ କରାଯାଇଥିବା ଏକ ପିଟିସନୁ ପ୍ରତ୍ୟାହାର କରିନେବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ଆଇନଜୀବୀଙ୍କୁ ଭର୍ସନା କରି କହିଛନ୍ତି ସେମାନେ କେବଳ ଖବର କାଗଜ ରିପୋର୍ଟ ଅଧାରରେ ପ୍ରଚାର ପାଇଁ ପିଟିସନ ଦାଖଲ ନ କରନ୍ତୁ। ପିଟିସନରେ ଦାବି କରାଯାଇଥିଲା ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିବା ଚାଷୀ ସଂଗଠନର ଅଧିକାର। ସଂଗଠନର ଅଧିକାରର ଉଲ୍ଲଂଘନ କରା ନ ଯାଉ।

ଦାଖଲ ହୋଇଥିବା ପିଟିସନରେ ଉଲ୍ଲେଖ କରାଯାଇଥିଲା ସରକାର ଚାଷୀଙ୍କ ସହିତ ଉଚିତ ବ୍ୟବହାର କରନ୍ତୁ। ଚାଷୀ ସଂଗଠନ ଦିଲ୍ଲୀ ଯାଇ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ସେମାନଙ୍କର ଏଭଳି ପ୍ରୟାସକୁ ରୋକା ନ ଯାଉ। କାରଣ ଏହା ସେମାନଙ୍କର ଅଧିକାର। ପୁଲିସ ଦ୍ବାରା କରାଯାଇଥିବା ଅବରୋଧକୁ ହଟାଇବା ପାଇଁ ପିଟିସନରେ ଦାବି କରାଯାଇଥିଲା। ପ୍ରଦର୍ଶନକାରୀ ଚାଷୀଙ୍କ ଉପରେ ପୁଲିସର ବଳ ପ୍ରୟୋଗର ଯାଞ୍ଚ୍ କରାଯାଉ। ପୁଲିସ କାର୍ଯ୍ୟାନୁଷ୍ଠାନରେ ଆହତ ଅବା ମୃତ ହୋଇଥିବା ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଆବଶ୍ୟକ ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ପିଟିସନରେ ଦର୍ଶାଯାଇଥିଲା।

ଏହି ପିଟିସନ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବାରୁ ଆବେଦନକାରୀ ଆଇଜୀବୀ ଏହାକୁ ପ୍ରତ୍ୟାହାର କରିନେବାକୁ ଅନୁମତି ଲୋଡିଥିଲେ। କୋର୍ଟ ଏନେଇ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ କେଭି ବିଶ୍ବନାଥନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆବେଦନକାରୀ ଏଗନସ୍ତୋସ ଥିୟୋସଙ୍କ ଏଭଳି କାର୍ଯ୍ୟନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ କୋର୍ଟ କହିଛନ୍ତି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେବଳ ମିଡ଼ିଆ ରିପୋର୍ଟ ଆଧାରରେ ପିଟିସନ ଦାଖଲ କରାଯିବା ଠିକ ନୁହେଁ।

ସମ୍ବନ୍ଧିତ ଖବର