ବିଶ୍ବ ଶୁଦ୍ଧ ଶାକାହାର ଦିବସ ଆଜି: ଶାକାହାରୀ ଜୀବନଶୈଳୀ ଆପଣେଇବା ପାଇଁ ପ୍ରୋତ୍ସାହନ

ଆଜି ହେଉଛି ‘ୱାର୍ଲଡ୍‌ ଭେଗାନ୍ ଡେ’ ବା ବିଶ୍ବ ଶୁଦ୍ଧ ଶାକାହାର ଦିବସ। ପୃଥିବୀ, ଜୀବଜନ୍ତୁ ଓ ମାନବ ସ୍ବାସ୍ଥ୍ୟ ଉପରେ ଶାକାହାର ଖାଦ୍ୟର ପ୍ରଭାବ ସମ୍ପର୍କରେ ଏହା ସଚେତନତା ସୃଷ୍ଟି କରିବା ସହ ବିଶ୍ବବାସୀଙ୍କୁ ଶାକାହାରୀ ଜୀବନଶୈଳୀ ଆପଣେଇବା ପାଇଁ ପ୍ରୋତ୍ସାହିତ କରିଥାଏ। ଭେଗାନିଜମ୍‌ ହେଉଛି ଖାଦ୍ୟ, ପୋଷାକ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ପଶୁଜାତ ଦ୍ରବ୍ୟର ବ୍ୟବହାରରୁ ଦୂରେଇ ରହିବା।

୧୯୯୪ ମସିହାରେ ୟୁନାଇଟେଡ୍‌ କିଙ୍ଗଡମ୍‌ର ଶାକାହାରୀ ସମାଜର ଅଧ୍ୟକ୍ଷ ଲୁଇ ୱାଲିସ୍‌ଙ୍କ ଦ୍ବାରା ଏହି ଦିବସ ପାଳନ ଆରମ୍ଭ କରାଯାଇଥିଲା। ତାହା ପରଠାରୁ ପ୍ରତିବର୍ଷ ନଭେମ୍ବର ୧ ତାରିଖରେ ଶୁଦ୍ଧ ଶାକାହାର ଦିବସ ପାଳିତ ହୋଇ ଆସୁଛି ଏବଂ ତାହା ଏକ ବିଶ୍ବସ୍ତରୀୟ ଉତ୍ସବରେ ପରିଣତ ହୋଇଛି। ବିଗତ ବର୍ଷମାନଙ୍କରେ ଏହି ଦିବସ ଏକ ଚଳଚଞ୍ଚଳ ତଥା ନୈତିକ ଜୀବନଶୈଳୀ ସ୍ବରୂପ ନିରାମିଷ ଖାଦ୍ୟକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି।

ଏହି ଅବସରରେ ଜନସାଧାରଣ, ସରକାର, ସ୍ବେଚ୍ଛାସେବୀ ସଂଗଠନ ଓ ଅନ୍ୟାନ୍ୟ ସଂସ୍ଥା ଏକତ୍ରିତ ହୋଇ ଲୋକଙ୍କୁ ପଶୁମାନଙ୍କ ଶୋଷଣ ବିଷୟରେ ସଚେତନ କରିବା ସହ ସେଥିରୁ ମିଳୁଥିବା ଉତ୍ପାଦର ବ୍ୟବହାରରୁ ଦୂରେଇ ରହି ସେମାନଙ୍କୁ ଭଲ ପାଇବା ଓ ଯତ୍ନ ନେବା ଲାଗି ଉତ୍ସାହିତ କରିଥାଏ। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି: ‘ପୃଥିବୀ ପାଇଁ ଶୁଦ୍ଧ ଶାକାହାର’। ଅର୍ଥାତ୍‌ ମନୁଷ୍ୟ ସମେତ ଜୀବଜନ୍ତୁ ଓ ସମଗ୍ର ପୃଥିବୀର ସ୍ବାସ୍ଥ୍ୟ ପାଇଁ ଶାକାହାର ଯଥାର୍ଥ। ମୋଟାମୋଟି ଭାବେ ଏହି ଦିବସ ଜନସାଧାରଣଙ୍କୁ ପଶୁପକ୍ଷୀ ଶୋଷଣରୁ ମୁକ୍ତ ଶାକାହାର ଖାଦ୍ୟର ଉପକାରିତା ବିଷୟରେ ଅବଗତ କରିବା, ପଶୁମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପୋଷଣୀୟ ତଥା ସହାନୁଭୂତିପୂର୍ଣ୍ଣ ବିକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସୁଯୋଗ ଭାବେ କାମ କରିଥାଏ।

ସମ୍ବନ୍ଧିତ ଖବର