ଆସେସ୍‌ ଅଗ୍ରଜ

ଏଜବାଷ୍ଟନ୍‌: ବିଶ୍ବକପ୍‌ର କୋଳାହଳ ପରେ ଗୁରୁବାରଠାରୁ ଇଂଲଣ୍ଡରେ ପୁଣି ଆସୁଛି କ୍ରିକେଟ୍ ଋତୁ। ଆସେସ୍ ଶୃଙ୍ଖଳା ଆରମ୍ଭ ହେବ ଏଜବାଷ୍ଟନ୍‌ ଟେଷ୍ଟ୍‌ରୁ। ବିଶ୍ବକପ୍‌ ପରେ ଲର୍ଡସରେ ଶୁକ୍ରବାର ଶେଷ ହୋଇଥିବା ଆୟର୍ଲାଣ୍ଡ୍ ବିପକ୍ଷ ଟେଷ୍ଟ୍ ଜିତି ଇଂଲଣ୍ଡ ଆତ୍ମବିଶ୍ବାସରେ ରହିଛି। ଅନ୍ୟପକ୍ଷରେ ଡେଭିଡ୍‌ ୱାର୍ନର, କାମେରନ୍ ବନକ୍ରଫ୍ଟ ଏବଂ ଷ୍ଟିଭେନ୍ ସ୍ମିଥଙ୍କ ନିଲମ୍ବନ ଉଠି ସାରିଥିବାରୁ ଅଷ୍ଟ୍ରେଲିଆ ମଧ୍ୟ ଆସେସ୍ ଅକ୍ତିଆର ନଜରରେ ରହିଛି। ଶେଷ ଥର ପାଇଁ ୨୦୧୭ରେ ନିଜ ଘରୋଇ ପରିବେଶରେ ଆସେସ ଶୃଙ୍ଖଳାକୁ ୪-୦ରେ ଜିତିଥିଲା। ଏହି ଐତହାସିକ ଶୃଙ୍ଖଳା ପୂର୍ବରୁ ଆସନ୍ତୁ କିଛି ପରିସଂଖ୍ୟାନ ଉପରେ ନଜର ପକାଇନେବା।
ଅଗ୍ରଣୀ ରନ୍ ସଂଗ୍ରହକାରୀ
୧) ସାର୍ ଡନ୍ ବ୍ରାଡମ୍ୟାନ୍‌ (ଅଷ୍ଟ୍ରେଲିଆ): ୫,୦୨୮ ରନ୍‌, ୩୭ ମ୍ୟାଚ୍‌।
୨) ସାର୍ ଜ୍ୟାକ୍ ହବ୍ସ (ଇଂଲଣ୍ଡ): ୩,୬୩୬ ରନ୍‌, ୪୧ ମ୍ୟାଚ୍‌।
୩) ସାର୍ ଆଲାନ୍‌ ବର୍ଡର (ଅଷ୍ଟ୍ରେଲିଆ): ୩,୨୨୨ ରନ୍‌, ୪୨ ମ୍ୟାଚ୍‌।
୪) ଷ୍ଟିଭ୍ ୱ (ଅଷ୍ଟ୍ରେଲିଆ): ୩, ୧୭୩ ରନ୍, ୪୫ ମ୍ୟାଚ୍‌।
୫) ଡେଭିଡ୍ ଗାୱାର (ଇଂଲଣ୍ଡ): ୩,୦୩୭ ରନ୍‌, ୩୮ ମ୍ୟାଚ୍‌।
ସର୍ବାଧିକ ଶତକ ହାସଲକାରୀ
୧) ସାର୍ ଡନ୍ ବ୍ରାଡମ୍ୟାନ୍‌ (ଅଷ୍ଟ୍ରେଲିଆ): ୧୯
୨) ସାର୍ ଜ୍ୟାକ୍ ହବ୍ସ (ଇଂଲଣ୍ଡ): ୨
୩) ଷ୍ଟିଭ୍ ୱ (ଅଷ୍ଟ୍ରେଲିଆ): ୧୦
୪) ୱାଲି ହାମଣ୍ଡ୍‌ (ଇଂଲଣ୍ଡ) ଏବଂ ଡେଭିଡ୍‌ ଗାୱାର (ଇଂଲଣ୍ଡ): ୯
୫) ଷ୍ଟିଭ୍ ସ୍ମିଥ୍‌ (ଅଷ୍ଟ୍ରେଲିଆ): ୮
ଅଗ୍ରଣୀ ୱିକେଟ୍‌ ଦଖଲକାରୀ
୧) ସେନ୍ ୱର୍ନ (ଅଷ୍ଟ୍ରେଲିଆ): ୧୯୫ ୱିକେଟ୍‌
୨) ଗ୍ଲେନ୍ ମ୍ୟାକଗ୍ରା (ଅଷ୍ଟ୍ରେଲିଆ): ୧୫୮ ୱିକେଟ୍‌
୩) ହ୍ୟୁଗ୍‌ ଟ୍ରମ୍ବଲ (ଅଷ୍ଟ୍ରେଲିଆ): ୧୪୧ ୱିକେଟ୍‌
୪) ଡେନିସ୍ ଲିଲି (ଅଷ୍ଟ୍ରେଲିଆ): ୧୨୮ ୱିକେଟ୍‌
୫) ସାର୍ ଇଆନ୍ ବୋଥାମ (ଇଂଲଣ୍ଡ): ୧୨୮ ୱିକେଟ୍‌

ସମ୍ବନ୍ଧିତ ଖବର