ଚୟନ ସମିତିକୁ ‌‘ଛୋଟା ବତକ’ କହିଲେ ଗାଭାସ୍କର

କୋହଲି ନେତୃତ୍ବ ନେଇ ପ୍ରଶ୍ନ ଉଠାଇଲେ

ନୂଆଦିଲ୍ଲୀ: ବିଶ୍ବକପ୍‌ ‌ସେମିଫାଇନାଲ୍‌ରୁ ଭାରତ ବିଦାୟ ନେବା ପରେ ବିରାଟ କୋହଲିଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ କରିଛନ୍ତି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୁନିଲ ଗାଭାସ୍କର। ଇଂଲଣ୍ଡ ଓ ୱେଲ୍‌ସରେ ଖରାପ ପ୍ରଦର୍ଶନ ସତ୍ବେ କୋହଲି କିଭଳି ନିଜ ପଦକୁ ସୁରକ୍ଷିତ ରଖିପାରିଲେ ବୋଲି ସେ କହିଛନ୍ତି। କୋହଲିଙ୍କ ଅଧିନାୟକତ୍ବ ବିଶ୍ବକପ୍‌ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତ ପୂର୍ବରୁ ତରବରିଆ ଭାବେ ଚୟନ ସମିତି କୋହଲିଙ୍କୁ ଏହି ଦାୟିତ୍ବ ଦେଇଛି। କେବଳ ୫ ମିନିଟ୍‌ର ବୈଠକରେ ଏମ୍‌ଏସ୍‌କେ ପ୍ରସାଦଙ୍କ ନେତୃତ୍ବରେ ବସିଥିବା ଚୟନ ସମିତି କୋହଲିଙ୍କୁ ୱଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ପୂର୍ଣ୍ଣ ଶୃଙ୍ଖଳା ଲାଗି ଅଧିନାୟକ ଭାବେ ପୁନଃନିଯୁକ୍ତି କରିଥିଲା। ସିଓଏ ମଧ୍ୟ ଦଳର ଖରାପ ପ୍ରଦର୍ଶନ ଉପରେ କୌଣସି ସମୀକ୍ଷା କରିବାକୁ ମନାକରିବା ସହ କେବଳ ପ୍ରବନ୍ଧକଙ୍କ ରିପୋର୍ଟ ଦେଖିବାକୁ କହିଥିଲେ। ଚୟନ ସମିତିର ଏଭଳି କାର୍ଯ୍ୟକୁ ଗାଭାସ୍କର ସମାଲୋଚନା କରିବା ସହ ‘ଛୋଟା ବତକ’ ସହ ତୁଳନା କରିଛନ୍ତି।

ସମ୍ବନ୍ଧିତ ଖବର