ଇଂଲାଣ୍ଡରେ ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନ : କୋହଲି, ଶାସ୍ତ୍ରୀଙ୍କୁ ଜବାବ ମାଗିବ ବିସିସିଆଇ

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ୧ନମ୍ବର ଆସନ ହରାଇଲେ ବିରାଟ

ମୁମ୍ବାଇ : ଇଂଲାଣ୍ଡ ସହ ଚାଲିଥିବା ଟେଷ୍ଟ ସିରିଜରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ କୋଚ ରବିଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ପରିଚାଳନା ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟିମର ଖରାପ ପ୍ରଦର୍ଶନ ନେଇ ବିସିସିଆଇ ମଧ୍ୟ ଉଭୟଙ୍କୁ ପ୍ରଶ୍ନ କରିବାର ସମ୍ଭାବନା ରହିଛି । ଆସନ୍ତା ଶନିବାରଠାରୁ ୩ୟ ଟେଷ୍ଟ ଆରମ୍ଭ ହେଉଥିବାବେଳେ ଏହି ମ୍ୟାଚରେ ଦଳର ପ୍ରଦର୍ଶନ ଉପରେ ବିସିସିଆଇ ନଜର ରଖିଛି । ଏହି ମ୍ୟାଚ ପରେ ହିଁ ୪ର୍ଥ ଓ ୫ମ ଟେଷ୍ଟ ପାଇଁ ଟିମ ଚୟନ କରାଯିବ ବୋଲି ସୂଚନା ମିଳିଛି । ଏ ସଂପର୍କରେ ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ପରାଜୟ ପରେ ଖେଳାଳୀମାନେ ଅଭ୍ୟାସ ପାଇଁ ଯଥେଷ୍ଟ ସମୟର ଅଭାବକୁ ମୁଖ୍ୟ କାରଣ ଭାବେ ଦର୍ଶାଇଥିଲେ । କିନ୍ତୁ ଏଥର ସେମାନେ ଏହାକୁ କାରଣ ଭାବେ ଦେଖାଇପାରିବେ ନାହିଁ, କାରଣ ସେମାନେ ଟେଷ୍ଟ ସିରିଜ ପୂର୍ବରୁ ଅଭ୍ୟାସ ପାଇଁ ଯଥେଷ୍ଟ ସମୟ ପାଇଛନ୍ତି ।

ଅନ୍ୟପକ୍ଷରେ ଲଣ୍ଡନରେ ଖରାପ ପ୍ରଦର୍ଶନର ପ୍ରଭାବ ଅଧିନାୟକ ବିରାଟ କୋହଲିଙ୍କ ବ୍ୟକ୍ତିଗତ ଟେଷ୍ଟ ର‍୍ୟାଙ୍କିଙ୍ଗ ଉପରେ ମଧ୍ୟ ପଡିଛି । କୋହଲି ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ୧ନମ୍ବର ସ୍ଥାନରୁ ୨ୟ ସ୍ଥାନକୁ ଖସିଆସିଛନ୍ତି । ଅଷ୍ଟ୍ରେଲିୟା ଅଧିନାୟକ ଷ୍ଟିଭ ସ୍ମିଥ ୧ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ।

ସମ୍ବନ୍ଧିତ ଖବର