ଜାତୀୟ ଟାଏକୋଣ୍ତୋରେ ଦୁର୍ଗେଶଙ୍କୁ ୨ ସ୍ବର୍ଣ୍ଣ

କଟକ: ଓଡ଼ିଶା ପୁଲିସରେ କାର୍ଯ୍ୟରତ ଦୁର୍ଗେଶ ନନ୍ଦିନୀ ଦେ’ ଜାତୀୟ ଟାଏକୋଣ୍ତୋ ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। କୋଲକାତାର ଦାସନଗର ଇନ୍‌ଡୋର ଷ୍ଟାଡିୟମରେ ନକ୍‌ଆଉଟ ଟାଏକୋଣ୍ତୋ ଏକାଡେମୀ ପକ୍ଷରୁ ଆୟୋଜିତ ଇଣ୍ତିଆ ପ୍ରୋଗ୍ରେସିଭ କପ୍‌ର ବରିଷ୍ଠ ମହିଳା କ୍ୟୁରୋଗିର ୬୭ କେଜିରୁ କମ୍‌ ଓଜନ ବର୍ଗ ଏବ˚ ପୁମ୍‌ସେର ୪୦ ବର୍ଷରୁ କମ୍‌ ବୟସ ବର୍ଗରେ ଦୁଗେଶ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦୁର୍ଗେଶ ଏବେ ସିଡିଏ ଫେଜ୍‌-୨ ଥାନାରେ କନଷ୍ଟେବଳ ଭାବେ ନିୟୋଜିତ ଅଛନ୍ତି। ତାଙ୍କର ଏହି ସଫଳତା ପାଇଁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି, ଡିସିପି ପିନାକ ମିଶ୍ର, ଫେଜ୍‌-୨ ଥାନା ଆଇଆଇସି ସନ୍ଧ୍ୟାରାଣୀ ସି˚ହ ଏବ˚ ଅନ୍ୟାନ୍ୟ କର୍ମଚାରୀମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର