ମାଲେସିଆ ଫୁଟ୍‌ବଲର୍‌ଙ୍କୁ ଏସିଡ୍ ଆକ୍ରମଣ

ନୂଆଦିଲ୍ଲୀ: ମାଲେସିଆ ଜାତୀୟ ଫୁଟ୍‌ବଲ୍‌ ଦଳର ସଦସ୍ୟ ଫୈଜଲ ହାଲିମ୍‌ ଏସିଡ୍‌ ଆକ୍ରମଣର ଶିକାର ହୋଇଛନ୍ତି। ରବିବାର ପେଟାଲିଂ ଜୟା ଜିଲ୍ଲାରେ ଥିବା ଏକ ସପିଂ ମଲ୍‌ରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଏଥିରେ ତାଙ୍କ ବେକ, କାନ୍ଧ, ହାତ ଓ ଛାତିର ବିଭିନ୍ନ ସ୍ଥାନ ପୋଡ଼ି ହୋଇଯାଇଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ସାଲାଙ୍ଗୋର ପୁଲିସ୍‌ ଗିରଫ କରିଛି। ତେବେ ସାଥୀ ଖେଳାଳି ଅକ୍ଷୟର ରସିଦ୍‌ଙ୍କୁ ଡକାୟତମାନେ ଆକ୍ରମଣ କରିବାର ତିନି ଦିନ ପରେ ଫୈଜଲଙ୍କ ଉପରେ ଏହି ଏସିଡ୍‌ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଅକ୍ଷୟରଙ୍କୁ ଲୁହା ରଡ୍‌ରେ ଦୁଇଜଣ ଡକାୟତ ଆକ୍ରମଣ କରିବାରୁ ତାଙ୍କୁ ମୁଣ୍ଡ ଓ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ଏଭଳି ଘଟଣା ଉପରେ ମାଲେସିଆ ଫୁଟବଲ୍‌ ସଂଘ ସଭାପତି ହମିଦିନ ମହମ୍ମଦ ଅମିନ୍‌ ଦୁଃଖ ପ୍ରକାଶ କରିଛନ୍ତି। ଅକ୍ଷୟର ଓ ଫ୍ରେଜଲ୍‌ଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମାଲେସିଆ ଜନସାଧାରଣ ପ୍ରାର୍ଥନା କରନ୍ତୁ ବୋଲି ହମିଦିନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର